୧୧ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଡ୍ୟାସିଂ ହିରୋ

ବମ୍ବେ: ଦୀର୍ଘ ୧୧ ବର୍ଷ ପରେ ଫେରୁଛନ୍ତି ବଲିଉଡ୍‌ର ଡ୍ୟାସିଂ ହିରୋ ଫର୍‌ଦିିନ ଖାନ୍‌। ‘ଅଲ୍‌ ଦ ବେଷ୍ଟ, ଦୁଲ୍ହା ମିଲ୍‌ ଗୟା’, ‘ଲାଇଫ ପାର୍ଟନର’ ଭଳି ଚଳଚ୍ଚିତ୍ର କରିଥିବା ଫରଦିନ୍‌ ହଠାତ୍‌ ଫିଲ୍ମଜଗତରୁ ଗାଏବ ହୋଇଯାଇଥିଲେ। ଏହାପରେ ତାଙ୍କର ମୋଟାପଣ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ କଥା ବଦଳିଛି। ଫର୍‌ଦିନ ପୁଣିଥରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି।
ଚଳଚ୍ଚିତ୍ର ‘ରକ୍‌, ପେପର୍‌, ସିଜର୍ସ’ର ହିନ୍ଦି ରିମେକ୍‌ରେ ନଜର ଆସିବେ ଫର୍‌ଦିନ। ଏହାକୁ ପ୍ରଯୋଜନା ଦେଉଛନ୍ତି ସଞ୍ଜୟ ଗୁପ୍ତା। ଦୁଇ ସପ୍ତାହ ମଧ୍ୟରେ ଏହାର ଶୁଟିଂ ଆରମ୍ଭ ହୋଇଯିବ। ଫର୍‌ଦିନଙ୍କ ବ୍ୟତିତ ଫିଲ୍ମରେ ରିତେଶ ଦେଶମୁଖ ଅଭିନୟ କରିବେ। ଉଭୟଙ୍କୁ ଶେଷ ଥର ପାଇଁ ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ବେବି’ରେ ଦେଖାଯାଇଥିଲା। ସେହିଭଳି ଫର୍‌ଦିନଙ୍କ ଶେଷ ଫିଲ୍ମ ରହିଥିଲା ‘ ଦୁଲ୍ହା ମିଲ୍‌ ଗୟା’। ଏହା ୨୦୨୦ରେ ରିଲିଜ ହୋଇଥିଲା।
ଏବେ ଫର୍‌ଦିନ ନିଜର ମୋଟାପଣ ସହ ଲଢ଼ି ପୁଣିଥରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ସେ ୧୮ କିଗ୍ରା ଓଜନ କମ୍‌ କରିଥିବା କୁହାଯାଉଛି।

Share