Categories: ଜାତୀୟ

ମାଡ୍ରାସ୍‌ ରେଜିମେଣ୍ଟାଲ ସେଣ୍ଟରରେ ଶେଷ ବିଦାୟ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ ଶହୀଦ୍‌ ହୋଇଛନ୍ତି। ରାଓ୍ବତଙ୍କ ସ୍ତ୍ରୀ ମଧୁଲିକା ରାଓ୍ବତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ସମସ୍ତେ ଶହୀଦ୍‌ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ୍‌ସ୍ତ୍ରୀଙ୍କ ମୃତଦେହକୁ ମାଡ୍ରାସ୍‌ ରେଜିମେଣ୍ଟାଲ ସେଣ୍ଟରରେ ରଖା ଯାଇଛି। ଏଠାରେ ତାଙ୍କୁ ସାମରିକ ସମ୍ମାନ ସହିତ ଅନ୍ତିମ ବିଦାୟ ଦିଆଯାଇଛି। ଏହା ପରେ ସେମାନଙ୍କୁ ବାୟୁସେନା ବିମାନ ଦ୍ୱାରା ଦିଲ୍ଲୀ ଅଣାଯିବ।

ସିଡିଏସ ଜେନେରାଲ ବିପିନ ରାୱତ ଏଠାରେ ଅଧ୍ୟୟନ କରିଥିଲେ। ଏହା ପୃଥିବୀର ପ୍ରଥମ ଜଏଣ୍ଟ ଫୋର୍ସ ସର୍ଭିସ କଲେଜ। ଏଠାରେ, ପ୍ରାୟ ୫୫୦ ସେନା ଅଧିକାରୀ ଅଧ୍ୟୟନ ସମୟରେ ଭବିଷ୍ୟତର ଆହ୍ବାନର ମୁକାବିଲା ପାଇଁ ତାଲିମ ପାଇଥାନ୍ତି। ଏଠାରେ ପ୍ରାୟ ୫୦ ଅଧିକାରୀ ଅନ୍ୟ ଦେଶରୁ ଆସ ଅଧ୍ୟୟନ କରିଥାନ୍ତି।

Share