ଦିଗପହଣ୍ଡି ବିଡ଼ିଓଙ୍କୁ ବିଦାୟ ଏବଂ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସଙ୍କୁ ବିଦାୟ ଏବଂ ନବ ନିଯୁକ୍ତ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦିଗପହଣ୍ଡି ସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜକର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ। ସଭାରେ ବିଡ଼ିଓ ମୁଖ୍ୟ ଅତିଥି ଏବଂ ତହସିଲଦାର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଉଭୟଙ୍କୁ ଉପଢୌକନ ଏବଂ ପ୍ରଶସ୍ତି ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କୈଠଖଣ୍ଡିି ପଞ୍ଚାୟତ ସରପଞ୍ଚ ତଥା ଜିଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, କର ପଡ଼ା ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଫନେନ୍ଦ୍ର ଚନ୍ଦ୍ର ଗୋସୱାମୀ ସଭାରେ ବିଡ଼ିଓ ଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ପ୍ରତିଟି କ୍ଷେତ୍ରରେ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସଭାରେ ଉପସ୍ଥିତ ଥିବା ବ୍ଲକ ଯୋଗାଣ ନୀରିକ୍ଷକ ବ୍ରଜେଶ ରୟ , ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଉମେଶ ସେଠୀ,ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇଂ. ଭୀମା ରାଓ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶିନୀ ଜାନି, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଖବରଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବହୁ ସଂଖ୍ୟକ ସରପଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରିପଲ ମର୍ଡର ଘଟଣାରେ ୧୩ ଅଟକ: ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍‌ପି

ଧରାକୋଟ,୧୯।୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ହଣାକଟାରେ ଖଦାଳ ବେହେରା, ରତ୍ନାକର...

ପଛରୁ ପିଟିଲା ତେଲ ଟ୍ୟାଙ୍କର, ବ୍ୟବସାୟୀ ମୃତ

ବନ୍ତ,୧୯।୩(ହରି ନାରାୟଣ ମହାନ୍ତି) : ବୁଧବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର 53ନଂ.ରାଜ୍ୟ ରାଜପଥର ଶ୍ରୀବନ୍ତପୁର...

ଖଣି ଖାଦାନ ଉପରେ ବଡ ଧରଣର ଚଢାଉ:  ଖଣିରେ ବ୍ୟବହୃତ ଗାଡି ଜବତ

ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧାରେ ଖଣି ଖାଦାନ ଉପରେ ବଡ ଧରଣର ଚଢାଉ ହୋଇଛି। ଖୋର୍ଦ୍ଧା ଜିଲା ମିଳିତ ଟ୍ରାକ୍ସ ଫୋର୍ସ ଆଦର୍ଶ ଥାନା ଅନ୍ତର୍ଗତ...

ବସ୍‌ କାର ମୁଁହାମୁହିଁ ଧକ୍କା, ଭୟଙ୍କର ଦୂର୍ଘଟଣାରେ ଦୁଇ ମୃତ

ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ । ଯାତ୍ରୀବାହି ବସ ସହ କାର...

ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟ୍‌: କାର୍ଯ୍ୟାଳୟ ଘେରାଉ କଲେ ଲୋକେ

କେସିଙ୍ଗା,୧୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଦ୍ୟୁତ କାଟ୍‌କୁ ବିରୋଧ କରି ପୂର୍ବତନ କାଉନସିଲର ବିଜୟ ଦୀପ ଏବଂ...

ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ 

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି...

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ବରଗଡ଼, ୧୯।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ...

କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ

ବରଗଡ, ୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର କବି ସୌଭାଗ୍ୟବନ୍ତ ମହାରଣାଙ୍କ ସମ୍ପାଦିତ ଏବଂ କବି ରୋହିତ ଦାଶଙ୍କ ନିର୍ବାଚିତ କବିତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image