ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି ନାମକ ଏହି ମାଇ ହାତୀ ପ୍ରାଣୀ ଉଦ୍ୟାନରେ ଏକୁଟିଆ ରହୁଥିଲା। ୪୦ବର୍ଷରୁ ଅଧିକ ସମୟ ଏକାକୀ ରହୁଥିବା ମାଲିଙ୍କୁ ଚ୍ୟାରିଟି ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ୍ସ (ପେଟା) ଦ୍ୱାରା ‘ବିଶ୍ୱର ସବୁଠାରୁ ଦୁଃଖି ହାତୀ’ ବୋଲି ବର୍ଣ୍ଣନା କରାଯାଇଥିଲା।

ମେୟର ହନି ଲକୁନା କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନ ୪ଟା ୪୫ରେ ମାଲିର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ତା’ର ପ୍ରକୃତ ବୟସ ଜଣା ପଡିନାହିଁ, କିନ୍ତୁ ମୃତ୍ୟୁ ବେଳକୁ ତାକୁ ୪୩ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଏକ ଫେସବୁକ ପୋଷ୍ଟରେ ଲକୁନା ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିବା ସମୟରେ ତାଙ୍କର ପିଲାଦିନର ସ୍ମୃତି ବାଣ୍ଟିଥିଲେ।
ସେ କହିଛନ୍ତି, ମାଲି ଆମ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ସେ ମାନିଲା ପ୍ରାଣୀ ଉଦ୍ୟାନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ସେ ଆଉ ନାହିଁ ଜାଣିବା ଅତ୍ୟନ୍ତ ଦୁଃଖଦାୟକ।
ଏଥିସହିତ ପ୍ରାଣୀ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡକ୍ଟର ହେନେରିକ ପାଟ୍ରିକ ପେନା-ଡୋମିଙ୍ଗୋ ଦେଖିଲେ ଯେ ମାଲି ଏକ କାନ୍ଥରେ ଘଷି ହେଉଥିଲା। ଯାହା ଦର୍ଶାଉଥିଲା ଯେ ସେ ଯନ୍ତ୍ରଣା ଅନୁଭବ କରୁଛି। ମଙ୍ଗଳବାର ତା’ର ସ୍ବାସ୍ଥାବସ୍ଥା ବିଗିଡି ଯାଇ ସେ ତଳେ ପଡ଼ିଯାଇଥିଲା। ଡାକ୍ତରମାନେ ତାଙ୍କୁ ଆଣ୍ଟିହାଇଷ୍ଟାମାଇନ ଏବଂ ଭିଟାମିନ ଦେଇଥିଲେ, କିନ୍ତୁ ଅପରାହ୍ନରେ ତା’ର ମୃତ୍ୟୁ ହୋଇଥିଲା। ତେବେ ହାତୀଟଇର କର୍କଟ ରୋଗ ଜନିତ ମୃତ୍ୟୁ ହୋଇଥିବା କୁହାଯାଇଛି।
ଏକ ରିପୋର୍ଟ ଅନୁଯାୟୀ, ମାଲି ନାମକ ମହିଳା ହାତୀ ମୂଳତଃ ଶ୍ରୀଲଙ୍କାରୁ ୧୯୮୧ରେ ଫିଲିପାଇନ୍ସର ପୂର୍ବତନ ପ୍ରଥମ ଲେଡି ଇମେଲଡା ମାର୍କୋସଙ୍କୁ ଶ୍ରୀଲଙ୍କା ସରକାର ଉପହାର ଦେଇଥିଲେ। ପ୍ରାଣୀ ଉଦ୍ୟାନରେ ମାଲିର ଜଣେ ବନ୍ଧୁ ଥିଲେ ଶିବ, କିନ୍ତୁ ୧୯୯୦ରେ ଶିବର ମୃତ୍ୟୁ ହୋଇଥିଲେ, ଯାହା ପରେ ସେ ଏଠାରେ ଏକୁଟିଆ ରହିଥିଲେ।

Share