ମୁମ୍ବାଇ: ଏବେ ଚାଲିଛି ବଲିଉଡ୍ ସଲିବ୍ରିଟିଙ୍କ ବିବାହ ଋତୁ । ଜଣେ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ନିକଟରେ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ବିବାହ କରିଛନ୍ତି । ଆଗାମୀ ଦିନରେ ବଲିଉଡ ଅଭିନେତା ଫରହାନ ଅଖତର ବିବାହ କରିବାକୁ ଯାଉଥିବା ଜଣାପଡିଛି । ସେ ତାଙ୍କ ପ୍ରେମିକା ଶିବାନି ଦଣ୍ଡେକରଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଫରହାନ ଓ ଶ୍ରଦ୍ଧା କପୁରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ଶିବାନିଙ୍କ ନିକଟତର ହୋଇଥିଲେ ଅଭିନେତା । ଗତ ୩ ବର୍ଷ ହେବ ଉଭୟ ଶିବାନି-ଫରହାନ ରିଲେସନଶିପରେ ଥିବା ବେଳେ ଏବେ ଉଭୟଙ୍କ ପରିବାରର ସହମତିରେ କୁଆଡେ ଏମାନେ ବିବାହ କରିବାକୁ ଯାଉଛନ୍ତି । ଶିବାନି ସବ୍ୟସାଚିଙ୍କ ଡିଜାଇନର ଲେହେଙ୍ଗା ପିନ୍ଧିବାକୁ ମନସ୍ଥ କରିଥିବା ଜଣାପଡିଛି । ଏହାସହ ଯାହା ଶୁଣିବାକୁ ମିଳିଛି ଏହି ବିବହା ମାର୍ଚ୍ଚ ୨୦୨୨ରେ ହେବାକୁ ଯାଉଛି । ହେଲେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ତାରିଖ ଘୁଞ୍ଚିଯାଇ ପାରେ ବୋଲି କୁହାଯାଉଛି । ଯଦି ଏଥିରେ କୌଣସି ପରିବର୍ତ୍ତନ ନ ହେଲା ତେବେ ଅତି ନିଜର ଅତିଥିଙ୍କ ଗହଣରେ ଫରହାନ-ଶିବାନି ବିବାହ କରିବେ ବୋଲି କୁହାଯାଉଛି ।