‘ତୁମେ ଏମିତି ହସୁଥାଅ,ମୁଁ ତୁମକୁ ଏମିତି ଦେଖୁଥାଏ’

ବମ୍ବେ: ନିକଟରେ ପ୍ରେମିକାଙ୍କ ହାତ ଧରିଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଫର୍‌ହାନ ଅଖତର। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶିବାନୀ ଦାଣ୍ଡେକରଙ୍କ ପ୍ରେମରେ ପଡ଼ିଥିଲେ ସେ। ଦୀର୍ଘଦିନ ଧରି ଉଭୟେ ଡେଟ୍‌ ମଧ୍ୟ କରିଥିଲେ। ଶେଷରେ ଚଳିତ ବର୍ଷ ଫେବୃୟାରୀରେ ସେମାନେ ବିବାହ କରିନେଇ ପ୍ରେମକୁ ସ୍ବିକୃତି ପ୍ରଦାନ କରିଛନ୍ତି।

ଏହି ବିବାହକୁ ଅନେକ ଦିନ ବିତିଥିବା ବେଳେ ଆଜି ଫର୍‌ହାନ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଉଭୟଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଶିବାନୀଙ୍କୁ ମନଖୋଲି ହସୁଥିବା ଦେଖାଯାଇଛି। ଏପରିକି ଫର୍‌ହାନ ମଧ୍ୟ ଶିବାନୀଙ୍କ ଖୁସି ଦେଖି ପଲକ ନପକାଇ ଚାହିଁ ରହିଛନ୍ତି। ଫଟୋ ଶେୟାର କରି ଫରହାନ ଲେଖିଛନ୍ତି, ତୁମେ ଏମିତି ହସୁଥାଅ, ମୁଁ ତୁମକୁ ଏହିଭଳି ଚାହିଁ ରହିଥାଏ’। ସ୍ତ୍ରୀ ଶିବାନୀ ମଧ୍ୟ ଫର୍‌ହାନଙ୍କ ଏଭଳି ପୋଷ୍ଟରେ କମେଣ୍ଟ ଦେଇ ଲଭ୍‌ ୟୁ କହିବା ସହ ଏତେ ଭଲପାଇବା ଆଉ ଖୁସି ଦେବାକୁ ନେଇ ଧନ୍ୟବାଦ ଜଣାଇଛନ୍ତି।

Share