ବାପାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ ଫରହାନ୍‌

ବମ୍ବେ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ ବାପା ଜାଭେଦ ଅଖତରଙ୍କୁ ଜନ୍ମଦିନରେ ଖାସ ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ୭୮ ବର୍ଷର ହୋଇଛନ୍ତି ଜାଭେଦ। ଏହି ଦିନରେ ବାପାଙ୍କ ଫଟୋ ଶେୟାର କରି ହୃଦୟକୁ ଛୁଇଁବା ଭଳି ବାର୍ତ୍ତା ଲେଖିଛନ୍ତି।

ଇନଷ୍ଟାଗ୍ରାମରେ ଜାଭେଦଙ୍କ ଫଟୋ ପୋଷ୍ଟ କରି ଫରହାନ ଲେଖିଛନ୍ତି ‘ଜନ୍ମଦିନର ଶୁଭେଚ୍ଛା ପା’। ଆପଣ ଜାଣିଛନ୍ତି ଯେ ଆପଣ ମୋ ପାଇଁ କ’ଣ ଏବଂ ସେମାନଙ୍କ ପାଇଁ ମଧ୍ୟ(ଯାହାଙ୍କ ଜୀବନ, ଚିନ୍ତାଧାରା ଏବଂ କାମକୁ ଆପଣ ପ୍ରଭାବିତ କରିଛନ୍ତି)। ଆପଣଙ୍କୁ ବହୁତ ଭଲପାଏ। ’

ଫରହାନଙ୍କ ଭଳି ଭଉଣୀ ଜୋୟା ଅଖତର ମଧ୍ୟ ବାପାଙ୍କ ପୁରୁଣା ଦିନର କଳାଧଳା ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି ‘ଜନ୍ମଦିନର ଶୁଭେଚ୍ଛା ପା।’ ଏଥିସହ ସେ ହ୍ୟାଶଟ୍ୟାଗ୍‌ ଜାଭେଦ ଅଖତର, ବମ୍ବେ ଏବଂ ୧୯୬୪ ଲେଖିଛନ୍ତି।

କହିରଖୁଛୁ, ଜାଭେଦ ଫରହାନ ଏବଂ ଜୋୟାଙ୍କ ବାପା। ସେ ପ୍ରଥମେ ହନି ଇରାନୀଙ୍କୁ ବିବାହ କରିଥିଲେ। ଏହାପରେ ସେ ୧୯୮୪ରେ ଶବାନା ଆଜମୀଙ୍କ ସହ ହାତକୁ ଦୁଇ ହାତ ହୋଇଥିଲେ। କିଛି ଦିନ ପୂର୍ବେ ତାଙ୍କର ଏକ ନୂଆ ବହି ‘ଜାଦୁନାମା’ ରିଲିଜ ହୋଇଛି। ଏହାକୁ ବେଶ ପସନ୍ଦ କରାଯାଉଛି।

Share