Categories: ଜାତୀୟ

ବୟଫ୍ରେଣ୍ଡଙ୍କ ସହ ଗେଷ୍ଟହାଉସ୍‌ ଯାଇଥିଲେ ଗର୍ଲଫ୍ରେଣ୍ଡ୍‌: ପରେ ଘଟିଲା ଏମିତି

ଫରିଦାବାଦ,୨୮।୪: ହରିୟାଣାର ଫରିଦାବାଦରେ ସେକ୍ଟର-୯ ଏକ ଅଭାବାନୀୟ ଘଟଣା ଘଟଛି। ଏକ ଗେଷ୍ଟହାଉସ୍‌ରେ ପ୍ରେମିକାଙ୍କ ଗଳା ଚିପି ହତ୍ୟା କରିନ୍ତି ପ୍ରେମିକ। ଘଟଣାସ୍ଥଳନରୁ ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଫରିଦାବାଦର ନୟନପାଲଙ୍କ ୨୪ ବର୍ଷୀୟା ଝିଅ ଏକ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଦୁଇଦିନ ତଳେ ସେ କାମ ସାରି ଘରକୁ ନ ଫେରି ପ୍ରେମିକ ପବନଙ୍କ ସହ ଏକ ଗେଷ୍ଟହାଉସ୍‌ ଯାଇଥିଲେ। ସେଠାରେ ପ୍ରେମିକଙ୍କୁ ଗଣ୍ଟି ଚିପି ହତ୍ୟା କରିଥିଲେ ପବନ। ଏହାପରେ ଖାଇବା ଆଣିବାକୁ କହି ହୋଟେଲ ବାହାରକୁ ଯାଇଥିଲେ। କିଛି ସମୟ ପରେ ନ ଆସିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ବଢିଥିଲା। ସେମାନେ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଦାର କରିଥିଲା। ମୃତ ଯୁବତୀଙ୍କ ବାପା ନୟନପାଲଙ୍କ କହିବା ଅନୁଯାୟୀ, ଗତ ବର୍ଷେ ହେବ ପବନ ତାଙ୍କ ଝିଅକୁ ହଇରାଣ କରୁଥିଲେ।

Share