Categories: ଜାତୀୟ

କେଜ୍ରିଓ୍ବାଲଙ୍କୁ ବଡ଼ ଠକ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ମୋହାଲି, ୧୮।୧୨- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ପଞ୍ଜାବ ସିଏମ୍‌ ଅମରିନ୍ଦର ସିଂଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ନୂଆ କୃଷି ଆଇନ ଚିଠା ଫାଡିବାର ଗୋଟିଏ ଦିନ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରତିକ୍ରିୟା ରଖିଛନ୍ତି। କେଜ୍ରିଓ୍ବାଲଙ୍କୁ ବଡ଼ ଠିତକିତ ବୋଲି ଅବିହିତ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ।

ସାଧାରଣ ଜନତାଙ୍କ ପାଇଁ ଏଏପିର ଗୋଟିଏ ଚେହେରା ଥିବାବେଳେ ଏହା ପଛରେ ସମ୍ପୂର୍ଣ୍ଣ ଲୁକ୍କାୟତ ଉଦ୍ଦେଶ୍ୟ ରହିଛି। ଏଏପି ଓ ଶରୋମନି ଅକାଳି ଦଳ କପଟୀମାନଙ୍କ ଏକ ଦଳ। କୃଷି ଆଇନ ଉପରେ ଦୁହିଁଙ୍କ ଦୋମୁହା ନୀତି କୃଷକମାନଙ୍କ ପ୍ରତି ସେମାନଙ୍କର ପ୍ରତିବଦ୍ଧତାର ଅଭାବକୁ ପ୍ରକାଶ କରୁଛି ବୋଲି ମୋହାଲିଠାରେ ଆୟୋଜିତ ‘ପଞ୍ଜାବ ସ୍ମାର୍ଟ କନେକ୍ଟ ଯୋଜନା’ର ଦ୍ୱିତୀୟ ଚରଣ ମୋବାଇଲ ବଣ୍ଟନ ଅବସରରେ କଂଗ୍ରେସ ନେତା କହିଛନ୍ତି। ଏହି ଯୋଜନାରେ ସରକାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀର ୮ ହଜାର ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଛି।

ନୂଆ କୃଷି ବିଲ ପାରିତ ହେଲା ବେଳେ ଉଭୟ ଏଏପି ଓ ଶିରୋମଣି ଅକାଳି ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଥିଲେ। ଏବେ କୃଷକଙ୍କ ବ୍ୟାପକ ଆନ୍ଦୋଳନ ପରେ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ବିରୋଧ କରୁଛନ୍ତି।

 

Share