Categories: ଜାତୀୟ

ଚାରି-ପାଞ୍ଚ ଜଣ ଏବେ ଦେଶର ମାଲିକ: କଂଗ୍ରେସ

ନୂଆଦିଲ୍ଲୀ,୧୯ ।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି । ଏଥିରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଏବେ ଦେଶରେ ୪-୫ ଜଣ ମାଲିକ ଅଛନ୍ତି । ଏମାନେ ଦେଶର ଅର୍ଥବ୍ୟବସ୍ଥାକୁ ନିଜ କବଜାରେ ରଖିଛନ୍ତି । ଆଉ ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବନ୍ଧୁ ବୋଲି ରାହୁଲ କହିଛନ୍ତି । ଏଥର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୃଷି ଆଇନ ସେମାନଙ୍କୁ ସର୍ବସ୍ୱାନ୍ତ କରିଦେବ ବୋଲି ରାହୁଲ କହିଛନ୍ତି । ଏହାକୁ ନେଇ ଯୁବବର୍ଗ କୃଷକଙ୍କୁ ସମର୍ଥନ କରନ୍ତୁ ବୋଲି ରାହୁଲ ଅପିଲ କରିଛନ୍ତି । ଉକ୍ତ ଖବରଦାତା ସମ୍ମିଳନୀରେ ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ ‘ଖେତି କା ଖୁନ ତିନ କାଲେ କାନୁନ’ ନାମକ ବୁକଲେଟ ବି ଜାରି କରିଛନ୍ତି ।

Share