ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା,୨୭।୮: ଝାରସୁଗୁଡ଼ା ଜିଲା ସଦର ଥାନା ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ରେ ଜଣେ କୁକୁଡା ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଛି। ଏପରି କି ମୃତଦେହ ନଦୀରେ ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମ ନିକଟକୁ କେତେଜଣ ଯୁବକ ବାଇକ୍‌ରେ ଆସି ପହଞ୍ଚି ଥିଲେ। ପରେ ସେମାନେ କୁକୁଡ଼ା ଫାର୍ମ ମାଲିକଙ୍କ ସହ କଥାବର୍ତ୍ତା କରିଥିଲେ। ସେତିକି ବେଳେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଜଣେ ଯୁବକ ଉତ୍‌କ୍ଷିପ୍ତ ହୋଇ ପୂର୍ବରୁ ଧରିଥିବା ବନ୍ଦୁକ ବାହାର କରି ଗୁଳି ଫୁଟାଇ ଥିଲେ। ଗୁଳି ଫାର୍ମ ମାଲିକଙ୍କ ଦେହରେ ବାଜି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏପରିକି ଅଭିଯୁକ୍ତମାନେ ମୃତଦେହ ନଦୀରେ ଫିଙ୍ଗି ଫେରାର ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri