ଆଉ ଏକ ଗୀତ ଗାଇ ଚର୍ଚ୍ଚାରେ ଫର୍‌ମାନି

ମୁମ୍ବାଇ: ଫର୍‌ମାନି ନାଜ ଆଜିକାଲି ୟୁଟ୍ୟୁବ୍‌ ସେନ୍ସେସ ପାଲଟିଛନ୍ତି। ପ୍ରଥମେ ସେ ‘ହରହର ଶମ୍ଭୁ’ ଗାଇ ପ୍ରଶଂସକମାନଙ୍କ ଭଲପାଇବା ସାଉଁଟିବା ସହ ବିବାଦକୁ ମଧ୍ୟ ଆସିଥିଲେ। ଏହାକୁ ସେ ଖାତିର ନ କରି ପୁଣି ଗାଇଥିଲେ ‘ହରେ ହରେ କୃଷ୍ଣ’। ଏବେ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହରିୟାଣାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ‘ସଲିଡ୍‌ ବଡି’ ଗାଇଛନ୍ତି।

ସପନାଙ୍କ ପ୍ରସିଦ୍ଧ ହରିୟାଣା ଗୀତର ଏକ ଲମ୍ବା ତାଲିକା ଅଛି। କିନ୍ତୁ ସେଥିମଧ୍ୟରୁ ଏକ ଗୀତ ‘ସଲିଡ୍‌ ବଡି’ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସପନାଙ୍କ ଏହି ସୁପରହିଟ ଗୀତକୁ ଫରମାନି ନିଜ କଣ୍ଠରେ ଗାଇଛନ୍ତି। ମୃଦଙ୍ଗର ତାଳେ ତାଳେ ଫରମାନି ଏହି ହରିୟାଣା ଗୀତ ନିଜସ୍ବ ଶୈଳୀରେ ଗାଇଛନ୍ତି। ତାଙ୍କର ଗୀତ ଶୁଣି ପ୍ରଶଂସକମାନେ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।

ଫରମାନି ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲ’ର ଅଂଶୀଦାର ଥିଲେ। ଯଦି ପୁଅର ସ୍ବାସ୍ଥ୍ୟ ଖରାପ ହୋଇ ନ ଥାନ୍ତା ତେବେ ଫରମାନିଙ୍କ କାହାଣୀ ଆଜି ଭିନ୍ନ କିଛି ହୋଇଥାନ୍ତା। ଶୋ’ ସମୟରେ ତାଙ୍କ ପୁଅର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା।

Share