Categories: ଜାତୀୟ

ଦେଶରେ ଚାଷୀ ତାତି: ଡ୍ରୋନ୍‌ରୁ ତୀକ୍ଷ୍‌ଣ ନଜର

ନୂଆଦିଲ୍ଲୀ,୨୬।୧୧: କୃଷି ଆଇନ୍‌ କୁ ନେଇ ଦେଶବ୍ୟାପି ଗୁରୁବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବହୁ ଅଞ୍ଚଳରେ ରାସ୍ତା ରୋକୋ କରାଯାଇଛି। କୋଲକାତା ଯାଦବପୁରରେ ଚାଷୀମାନେ ରେଳ ଲାଇନରେ ବସି ଟ୍ରେନ୍‌ ରୋକୋ କରିଛନ୍ତି। ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆଦିଲ୍ଲୀ ଜିଲା ପାଇଁ ୧୨ କମ୍ପାନୀ ସିଆର୍‌ପିଏଫ୍‌ ଏବଂ ଆର୍‌ଏଏଫ୍‌ ସୁରକ୍ଷାକର୍ମୀଙ୍କୁ ବାହାରୁ ଅଣାଯାଇଛି। ସେହିପରି ଦିଲ୍ଲୀ ପୋଲିସର ୧୨୦୦ କର୍ମଚାରୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପଞ୍ଜାବ ଏବଂ ହରିୟାଣାରୁ ଚାଷୀମାନେ ଦିଲ୍ଲୀ ଆସିବା ପାଇଁ ଯୋଜନା କରୁଥିବାରୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ଚାଷୀଙ୍କ ଗତିବିଧି ଉପରେ ଡ୍ରୋନ୍‌ ସହାୟତାରେ ତୀକ୍ଷ୍‌ଣ ନଜର ରଖାଯାଉଛି। ସୀମାକୁ ସିଲ୍‌ କରି ଦିଆଯାଇଛି। କେତେକ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

Share