ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। କେବଳ ଏତିକି ନୁହେଁ, ଲଣ୍ଡା ପରେ ଗ୍ରାମବାସୀଙ୍କୁ ଭୋଜନ ମଧ୍ୟ ଦେଇଥିଲେ। ଅଞ୍ଚଳରେ ଏହି ନିଆରା ଲଣ୍ଡାର ଚର୍ଚ୍ଚା ଜୋର ଧରିଛି।
କୃଷକ ପ୍ରମୋଦ ଶ୍ରୀବାସ୍ତବ କହିଛନ୍ତି, ତାଙ୍କ ମଇଁଷି ଛୁଆ ଜନ୍ମ ଦେବା ପରେ ତାର ମୃତ୍ୟୁ ହୋଇଯାଉଥିଲା। ଏଥିପାଇଁ ସେ ବହୁତ ଚିନ୍ତିତ ଥିଲେ। ସେ ମା’ ଦୁର୍ଗାଙ୍କ ମନ୍ଦିରରେ ପ୍ରାର୍ଥନା କରିଥିଲେ ଯେ, ଯଦି ଏଥର ତାଙ୍କ ମଇଁଷି ଛୁଆ ଜୀବିତ ରହିବ ତେବେ ମା’ଙ୍କ ପାଖରେ ତାର ଲଣ୍ଡା କରିବି। ପ୍ରମୋଦଙ୍କ ମନସ୍କାମନା ପୂରଣ ହେବା ପରେ ନବରାତ୍ରର ପ୍ରଥମ ଦିନରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ପ୍ରମୋଦ ଲୋକଙ୍କୁ ଖୁସିରେ ଖାଇବାକୁ ଦେଇଥିଲେ। ଏଥିରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

Share