କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

ଟିଟିଲାଗଡ଼୧୭।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମର କେଶରୀ ବାଗଙ୍କ ପୁଅ ଚାଷୀ ଚମରୁ ବାଗ (୪୯) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଏଭଳି କାଣ୍ଡ କରିଥିବା କୁହାଯାଉଛି। ପ୍ରଥମେ ତାଙ୍କୁ ଟିଟିଲାଗଡ଼ ସେଠାରୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଚମରୁ ତାଙ୍କ ପ୍ରାୟ ଦୁଇ ଏକର ଚାଷ ଜମିରେ ଧାନଚାଷ କରିଥିଲେ। ବାଡ଼ିରେ କୋବିଚାଷ ମଧ୍ୟ କରିଥିଲେ। ତାଙ୍କ ସ୍ତ୍ରୀ ତଥା ଦୁଇ ପୁଅ ଜଗଦୀଶ ଏବଂ ଗଜପତି ଅଛନ୍ତି । ତେବେ ଫସଲ ନଷ୍ଟ ହେବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

Share