କୃଷକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ଶପଥ

ଜି.ଉଦୟଗିରି,୧୫ା୭(ଡି.ଏନ୍‌.ଏ.): ଜି.ଉଦୟଗିରି ଲାମ୍ପ ସମବାୟ ସମିତିର ନବନିର୍ବାଚିତ ସଭାପତି, ଉପସଭାନେତ୍ରୀ, ସଦସ୍ୟା ସଦସ୍ୟମାନଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଲାମ୍ପ ପରିଚାଳନା ନିର୍ଦ୍ଦେଶକ ଶିଶିର କାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନିମନ୍ତ୍ରିତ ଅତିଥି ଭାବେ ଡିଆରସିଏସ ପାଣୁ ଚରଣ ସାହୁ, ଏଆରସିଏସ ଗଙ୍ଗାଧର କହଁର, ଏସ୍‌ଆରସିଏସ୍‌ ଜ୍ୟୋର୍ତିମୟୀ ପ୍ରଧାନ, ଭୀମସେନ ସାହୁ ଏମ୍‌ଡି, ଫୁଲବାଣୀ ଲାମ୍ପ ଯୋଗଦେଇଥିଲେ। ନବ ଗଠିତ ଲ୍ୟାମ୍ପ ସମବାୟ ସମିତି ପରିଚାଳନା ପରିଷଦର ସଭାପତି ଜମେଶ ପ୍ରଧାନ ଓ ଉପସଭାନେତ୍ରୀ ଯଶୋଦା ପ୍ରଧାନ ଓ ଡାଇରେକ୍ଟର କିଶୋର ଚନ୍ଦ୍ର ନାୟକ, ଦିଲୀପ କୁମାର ବଳ, ସଚ୍ଚିଦାନନ୍ଦ ପ୍ରଧାନ, ସାହେବ କହଁର, ବିବେକାନନ୍ଦ ପ୍ରଧାନ, ଦ୍ୱିଜେନ୍ଦ୍ରନାଥ ପ୍ରଧାନ, ମାୟାବନ୍ଧୁ ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ବକ୍ସି ମଲିକ, ଲିଲିମା ପ୍ରଧାନ, ରୁନୁମା ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, ଯୋଶିତ କୁମାର ପ୍ରଧାନ, ବାକିରାମ ନାୟକ ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ସ୍ବାଗତ ସମାରୋହରେ ସଭାପତିଙ୍କ ସହିତ ସଭ୍ୟମାନେ ସ୍ଥାନୀୟ କୃଷୀ ଓ କୃଷକ ମାନଙ୍କ ବିକାଶ ସହିତ ସମବାୟର ବିକାଶ ନିମନ୍ତେ ସଦାସର୍ବଦା କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ। ଲାମ୍ପ କାର୍ଯ୍ୟାଳୟର ଏମ୍‌ଡି ଶିଶିର କାନ୍ତ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆକାଉଣ୍ଟାଣ୍ଟ ପୀତାମ୍ବର ସାହୁ, ଡିଇଓ ରିଙ୍କୁ କୁମାର ପ୍ରଧାନ, ଏଲଏ ଧର୍ମରାଜ ପ୍ରଧାନ ଓ ଅକ୍ଷୟ କୁମାର ପାଳ ସହଯୋଗ କରିଥିଲେ।

Share