କ୍ଷେତରେ ଚାଲିଗଲା ଚାଷୀଙ୍କ ଜୀବନ

ସଇଁତଳା,୪।୭: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ପିପୃଟ କୁସମମୁଣ୍ଡା ଗାଁରେ ବଜ୍ରପାତ ଘଟି ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧନୁ ରଣା (୪୫)।

ମିଳିଥିବା ସୂଚନା ମୁତାବକ, ଧନୁ ଜମିରେ ହଳ କରୁଥିବା ବେଳେ ବର୍ଷା ହେବା ସହ ବଜ୍ରଘାତ ଘଟିଥିଲା। ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପାଖ ଜମିରେ କାମ କରୁଥିବା ଅନ୍ୟ ଚାଷୀମାନେ ଧନୁଙ୍କୁ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଇଁତଳା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଧନୁଙ୍କ ସ୍ତ୍ରୀ ଓ ଦୁଇପିଲା ଅଛନ୍ତି। ଧନୁଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗଙ୍କ ନିକଟରେ ଅନୁରୋଧ କରିଛନ୍ତି।

Share