ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୋଷ୍ଟ ଅଫିସ ସାହିର କୈଳାସ ଚନ୍ଦ୍ର ନାୟକ (୫୮)। ସେ ଗାଁ ନିକଟସ୍ଥ ନାଳପାରି ଜମିକୁ ଚାଷ କାମ ଲାଗି ଯାଇଥିଲେ। ସେତିକିବେଳେ ବଜ୍ରପାତ ଘଟି କୈଳାସ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।