Categories: ଜାତୀୟ

ସିଙ୍ଘୁ ସୀମାରେ ଗଲା ଚାଷୀଙ୍କ ଜୀବନ

ନୂଆଦିଲ୍ଲୀ, ୨୭।୯: ବିବାଦୀୟ କୃଷି ଆଇନ ବିରୋଧରେ ସୋମବାର ଭାରତ ବନ୍ଦ ପାଳନ ହେଉଥିବାବେଳେ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନରତ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ବାଘେଲ୍‌ ରାମ(୫୫)। ତାଙ୍କ ଘର ପଞ୍ଜାବର ଖେଲା ଗ୍ରାମରେ। ସେ କୀର୍ତ୍ତି କିଷାନ ୟୁନିୟନ(କେକେୟୁ)ର ସଦସ୍ୟ ଥିଲେ। କିଛିଦିନ ହେଲା ସେ ଅସୁସ୍ଥ ଥିବାରୁ ଆନ୍ଦୋଳନସ୍ଥଳରେ ଥିବା ଶିବିରରେ ବିଶ୍ରାମ ନେଉଥିଲେ। ସେତିକିବେଳେ ସେ ଗୁରୁତର ହୋଇପଡିଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥିବା ପୋଲିସ କହିଛି।

Share