ବିଲରେ କରୁଥିଲେ କାମ: କାମୁଡ଼ିଦେଲା ସାପ

ଦିଗପହଣ୍ଡି/ପାଟପୁର,୧୬।୮(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବାରି ଗ୍ରାମରେ ସାପ କାମୁଡାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚାଷୀ କାଳୁ ମଳିକ

ମିଳିଥିବା ସୂଚନା ମୁତାବକମ, କାଳୁ ଜମିରେ ଚାଷକାର୍ଯ୍ୟ କରୁଥିଲେ। ସେତିକିବେଳେ ଏକ ବିଷଧର ସାପ ତାଙ୍କ ବାମ ଗୋଡ଼କୁ କାମୁଡି ଦେଇଥିଲା। ଫଳରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବତନ ଜିଲାପରିଷଦ ସଦସ୍ୟ ଗଦାଧର ସ୍ବାଇଁଙ୍କ ସୂଚନା କ୍ରମେ ପାଟପୁର ପୋଲିସ ଟିମ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛି। ଏପରି କି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share