Categories: ଜାତୀୟ

ପୁଣି ଫେଲ୍‌ ମାରିଲା ଚାଷୀ-ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ,୫ା୧୨: ଶନିବାର କୃଷି ଆଇନକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ପୁଣି ଥରେ ବିଫଳ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ବୈଠକରୁ କୌଣସି ସମାଧାନର ବାଟ ବାହାରିପାରିନାହିଁ। କୃଷକମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିବା ବେଳେ କୃଷିମନ୍ତ୍ରୀ ମଧ୍ୟ ନାଚାର ହୋଇଛନ୍ତି।

କୃଷକଙ୍କ ପକ୍ଷରୁ କୁହାଯାଇଛି, ଯଦି ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକି କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଡିସେମ୍ବର ୮ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। କୃଷକନେତାମାନେ ବୈଠକ ପୂର୍ବରୁ ଚାଷ ଆଇନଗୁଡ଼ିକର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଥିଲେ। ସରକାର ଯଦି ଦାବିକୁ ଗ୍ରହଣ ନ କରନ୍ତି ତେବେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Share