ଇନ୍ଦୋର,୩୦।୪: ପ୍ରତ୍ୟେକ ପିତାମାତା ନିଜ ପୁଅ ଝିଅଙ୍କ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେହି ଦିନକୁ କିଭଳି ସ୍ମରଣୀୟ କରାଯାଇପାରିବ ସେନେଇ ନିଆରା ପ୍ରସ୍ତୁତି କରିଥାନ୍ତି। ତେବେ କିଛି ଏଭଳି ନିଆରା ଢ଼ଙ୍ଗର ବିବାହ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ସୂଚନାଯୋଗ୍ୟ, ପୁଅ ବାହାଘରକୁ ସ୍ମରଣୀୟ କରିବା ଲାଗି ମଧ୍ୟପ୍ରଦେଶ ଇନ୍ଦୋର ଜିଲା ଅରଣ୍ଡିଆ ଗ୍ରାମର ଜଣେ ଚାଷୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଚପର ହେଲିକପ୍ଟର ଭଡ଼ାରେ ନେଇଥିଲେ। ସଜ୍ଜନ ସିଂ କୁଶଓ୍ବା ନାମକ ଜଣେ ଚାଷୀଙ୍କ ପୁଅର ବାହାଘର ପ୍ରୋସେଶନ ଅରଣ୍ଡିଆରୁ ରାଜସ୍ଥାନର ବୁଦାନିଆକୁ ଯାଇଥିଲା। ପୁଅ ସହ ତାଙ୍କ ମାଆବାପା ମଧ୍ୟ ହେଲିକପ୍ଟରରେ ଯାଇଥିଲେ ଓ ବିବାହ ସାରି ନବଦମ୍ପତିଙ୍କ ସହ ଫେରିଥିଲେ। ଅନ୍ୟପଟେ ବାପାଙ୍କ ଏହି ଉପହାର ବହୁତ ଖୁସି ହେବା ସହ ଏହା କୌଣସି ଆଶ୍ଚର୍ଯ୍ୟଜନକଠାରୁ କମ୍ ନ ଥିଲା। ଏହା ମୋ ଜୀବନର ଅନନ୍ୟ ଉପହାର ବୋଲି ବୋଲି ନବବିବାହିତ ଜୟ ସିଂ କୁଶଓ୍ବା କହିଛନ୍ତି।