Advertisement

ଅନଶନ ଭାଙ୍ଗିଲେ କୃଷକ ନେତା ଡାଲଓ୍ବୋଲ

ନୂଆଦିଲ୍ଲୀ,୨୮ା୩: କୃଷକମାନଙ୍କ ବିଭିନ୍ନ ଦାବି ନେଇ ୧୨୩ ଦିନ ହେଲା ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲ ଶୁକ୍ରବାର ସକାଳେ ପାଣି ପିଇ ଅନଶନ ଭାଙ୍ଗିଛନ୍ତି। ଏନେଇ ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଖନୌରୀ ଏବଂ ଶମ୍ଭୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ହଟାଇ ଦିଆଯାଇ ରାସ୍ତା ଓ ରାଜପଥକୁ ଅବରୋଧ ମୁକ୍ତ କରାଯାଇଥିବା ପଞ୍ଜାବ ସରକାରଙ୍କ ଆଡ୍‌ଭୋକେଟ ଜେନେରାଲ ଗୁରମିନ୍ଦର ସିଂ ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଏନ୍‌. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ ଡାଲଓ୍ବୋଲଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି। ସେ କୌଣସି ରାଜନୈତିକ କାର୍ଯ୍ୟଯୋଜନା ରଖି ନ ଥିବା ପ୍ରକୃତ କୃଷକ ନେତା ବୋଲି ଖଣ୍ଡପୀଠ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National