Categories: ଜାତୀୟ

ଚେତାବନୀ ଦେଲେ କୃଷକ ନେତା: ଘରୁ କୁକୁର ବି ବାହାରକୁ ଯିବା ପାଇଁ ଦେବୁ ନାହିଁ

ଚଣ୍ଡିଗଡ,୧।୧୦:କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସରକାର ଏବଂ କୃଷକ ସଂଗଠନ ପୁଣି ସାମ୍ନା-ସାମ୍ନି ହୋଇଛନ୍ତି। ଧାନ କିଣାକୁ ନେଇ ପଞ୍ଜାବ ଏବଂ ହରିୟାଣାରେ କୃଷକ ଆନ୍ଦୋଳନ ଜୋର ଧରିଛି। ଫସଲ କିଣାରେ ବିଳମ୍ବକୁ ଦୃଷ୍ଟିରେ ରଖି କୃଷକ ନେତା ଗୁରନାମ ସିଂ ଚଢୁନୀ ହରିୟାଣା ମନୋହର ଲାଲ ଖଟ୍ଟର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କାଲିଠାରୁ(ଅକ୍ଟୋବର ୨) ଫସଲ କିଣା ଆରମ୍ଭ ନ ହେବ ତେବେ ସେମାନଙ୍କ କୁକୁର ବି ଘରୁ ବାହାରକୁ ଯିବାକbୁ ଦେବୁନାହିଁ।
ସୂଚନାଯୋଗ୍ୟ, ପାଗକୁ ଦେଖି ଏଥର ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବାରେ ବିଳମ୍ବ ହୋଇଛି। କେନ୍ଦ୍ର ସରକାର ପଞ୍ଜାବ-ହରିୟାଣାରୁ ଏମଏସପି ଆଧାରରେ ଅକ୍ଟୋବର ୧୧ରୁ ଫସଲ କିଣା ପ୍ରକ୍ରିୟା ଆରମ୍ଭ କହିଛନ୍ତି।

Share