ଭାଜପା ଛାଡ଼ିଲେ ଚାଷୀ ନେତା

କାଏମା,୩୦।୭(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅରାବଳ ଅଞ୍ଚଳର ଜଣାଶୁଣା ଚାଷୀ ନେତା ତଥା ବରିଷ୍ଠ ଭାଜପା ନେତା ଅଧର ଜେନା ଶନିବାର ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଜେନା ଆରାବଳ ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଏକ ଖବରଦାତା ସମ୍ମିଳନୀ କରି ଭାଜପା ରାଜ୍ୟ ସଭାପତି ଓ ଅନ୍ୟ ନେତୃବୃନ୍ଦଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅନେକ ସମୟରେ ଧର୍ମଶାଳା ଅଞ୍ଚଳରେ ହେଉଥିବା ଦୁର୍ନୀତିକୁ ବିରୋଧ କରିଛନ୍ତି। ତାଙ୍କ ଅଞ୍ଚଳରେ ଯେବେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଥିଲା ସେଥିରେ ଅନେକ ଚାଷ ଜମି ନଷ୍ଟ ହୋଇଥିଲା। ଏହାର କ୍ଷତି ପୂରଣ ପାଇଁ ସେ ୩୦ରୁ ଊର୍ଦ୍ଧ୍ୱ ଦିନ ଧାରଣାରେ ବସିଥିଲେ ଓ ଜିଲପାଳଙ୍କୁ ଅବଗତ କରାଇଥିଲେ। ଏତେ ସବୁ ପରେ ବି ପାର୍ଟିରେ ତାଙ୍କୁ ଅଣଦେଖା କରାଯାଇଛି। ପାର୍ଟିରେ ଏକ ଛତ୍ରବାଦ ଓ ମନମାନିକୁ ସେ ବିରୋଧ କରି ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ନିଜ ଅଞ୍ଚଳ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି। ଅଧରଙ୍କ ସହ ତାଙ୍କର ପ୍ରାୟ ୫୦ ସମର୍ଥକ ଭାଜପାରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ନେଇ ଅଧର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଚିଠି ଲେଖିବା ସହ ସମର୍ଥକଙ୍କ ମତାମତ ନେଇ ନିଜର ରାଜନୈତିକ କାର୍ଯ୍ୟକ୍ରମ ସ୍ଥିର କରିବେ ବୋଲି କହିଛନ୍ତି।