Categories: ଜାତୀୟ

ଉପବାସରେ ଅନ୍ନଦାତା

ନୂଆଦିଲ୍ଲୀ,୧୪ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରି ଆସୁଥିବା କୃଷକ ସୋମବାର ଉପବାସ ରହି ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାରଙ୍କ ସହ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରି ନ ଥିବାରୁ ବେଳକୁ ବେଳ କୃଷକଙ୍କ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ଫଳରେ ସୋମବାର କୃଷକମାନେ ଉପବାସ ରହି ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏମାନେ ଅନଶନରେ ବସିବେ ବୋଲି କହିଛନ୍ତି । ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଏହି ପ୍ରଦର୍ଶନ କରାଯିବ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏମାନଙ୍କ ସହ ଯୋଗ ଦେବେ ବୋଲି କହିଛନ୍ତି ।

Share