କେନ୍ଦୁଝର,୧୯ା୧(ସ୍ବ.ପ୍ର.): ଏଫ୍ଏକ୍ୟୁ ଆଳରେ ଧାନର ମୂଲ୍ୟ କଟା ଯାଉଥିବା, ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ, ମଣ୍ଡିରେ ଧାନ କିଣା ଯାଉ ନ ଥିବା, ମିଲରମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଆଦି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବିନା କାଟରେ ଧାନ କିଣିବା, ଅସାଧୁ ମିଲର ଓ ସମ୍ପାଦକ ଗିରଫ ଦାବିରେ ଏହି ଆନ୍ଦୋଳନ କରିଥିବା ସେମାନେ କହିଛନ୍ତି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ଉପସ୍ଥିତ ଅଛନ୍ତି। ଚାଷୀମାନେ ନିଜ ଜିଦ୍ରେ ଅଟଳ ରହି ଜିଲାପାଳଙ୍କ କାର୍ଯ୍ୟାଳୟ ଫାଟକ ନିକଟରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି।