Categories: ଜାତୀୟ

ଆଇନ ପ୍ରତ୍ୟାହାର ଛଡା ଅନ୍ୟ କିଛି ବିକଳ୍ପ କୁହନ୍ତୁ କୃଷକ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧: କୃଷି ଆଇନ୍‌ ରଦ୍ଦକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ତୁ ତୁ ମେ ମେ ଜାରି ରହିଛି। ରବିବାର କୃଷକ ଆନ୍ଦୋଳନ ୫୩ତମ ଦିନରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟିନାହିଁି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ପୁଣି ଥରେ କୃଷି ଆଇନ୍‌ ରଦ୍ଦକୁ ଛାଡି ଅନ୍ୟ କୌଣସି ବିକଳ୍ପ ବାଛିବାକୁ କୃଷକଙ୍କ ନିବେଦନ କରିଛନ୍ତି। ସେପଟେ ଭାରତୀୟ କୃଷକ ୟୁନିୟନ୍‌ ନେତା ରାକେଶ ଟିକୌତ୍‌ କହିଛନ୍ତି, ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବାକୁ ପଡିବ, ନହେଲେ କୃଷକ ଘରକୁ ଯିବେ ନାହିଁ। ଅଧିକାଂଶ କୃଷକ କୃଷି ଆଇନ ସପକ୍ଷରେ ଥିବାବେଳେ କିଛି କୃଷକ ଆଇନ ରଦ୍ଦ ନେଇ ଆନ୍ଦୋଳନରେ ବସିଛନ୍ତି। ସେମାନେଙ୍କୁ ବୁଝାଇବା ପାର୍ଇ ଚେଷ୍ଟା ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନ ଲାଗୁ କରାଯାଇପାରିବ ନାହିଁ। ଏହି ସ୍ଥିତିରେ କୃଷି ଆଇନ୍‌ ରଦ୍ଦ କରିବା ପାଇଁ ଅଡି ବସିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଜାନୁୟାରୀ ୧୯ରେ କୃଷକ ଏବଂ ସରକାରଙ୍କ ମଧ୍ୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କୌଣସି ସମାଧାନର ବାଟ ଫିଟିବାର ସମ୍ଭାବନା ରହିଛି।

Share