Categories: ଜାତୀୟ

ଯନ୍ତର-ମନ୍ତରରେ କୃଷକଙ୍କ ‘ସଂସଦ’

ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ କରାଯାଉଥିବା ଆନ୍ଦୋଳନର ନୂଆ ରୂପ ଗୁରୁବାର ଦେଖିବାକୁ ମିଳିି । ରାଜଧାନୀ ଦିଲ୍ଲୀର ଯନ୍ତର-ମନ୍ତରରେ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନେ ‘ସଂସଦ’ ଆରମ୍ଭ କରିଛନ୍ତି । କୃଷକ ସଙ୍ଗଠନର ସୂଚନା ଅନୁଯାୟୀ, ଯେ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଜାରି ରହିବ ସେ ପର୍ଯ୍ୟନ୍ତ ପ୍ରତିଦିନ ଏଠାରେ କୃଷକ ସଂସଦ ଲାଗିବ । ସୂଚନାଯୋଗ୍ୟ, ଗୁରୁବାର ସକାଳେ ସିନ୍ଧୁ, ଟିକରି ଓ ଗାଜିପୁର ସୀମାରୁ ବସଯୋଗେ କୃଷକମାନେ ଯନ୍ତର-ମନ୍ତର ପହଞ୍ଚିଥିଲେ । ହେଲେ ଦିଲ୍ଲୀ ପୋଲିସ ଦ୍ୱାରା କେବଳ ୨୦୦ କୃଷକଙ୍କୁ ଯନ୍ତର-ମନ୍ତରରେ ପ୍ରଦର୍ଶନ ପାଇର୍ଁ ଅନୁମତି ମିଳିଥିଲା । ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନ କରାଯାଇ ପାରିବ । ସେଠାରେ ପହଞ୍ଚିବା ପରେ କୃଷକ ନେତା ରାକେଶ ଟିକାଏତ କହିଥିଲେ ଆମେ ଏଠାରୁ ଆମର ସ୍ୱର ଉତ୍ତୋଳନ କରିବୁ । ବିରୋଧି ଗୃହ ମଧ୍ୟରେ ଆମସହ ସ୍ୱର ମିଳାଇବା ଦରକାର । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତ ବର୍ଷରୁ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

Share