Categories: ଜାତୀୟ

କୃଷକଙ୍କ ସମର୍ଥନରେ ପୁରସ୍କାର ଫେରାଇବା ଜାରି ରହିଛି

ନୂଆଦିଲ୍ଲୀ,୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହାକୁ ସମର୍ଥନ କରି ବିଭିନ୍ନ ଆୱାର୍ଡ ଫେରାଇବା ଜାରି ରହିଛି । ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଓ ରାଜ୍ୟ ସଭା ଏମ୍‌ପି ସୁଖଦେବ ସିଂ ଢିଣ୍ଡସା ପଦ୍ମ ପୁରସ୍କାର ଫେରାଇ ଦେଇଥିଲେ । ଶୁକ୍ରବାର ପଞ୍ଜାବର ଭାରତୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ପଞ୍ଜାବର ପ୍ରସିଦ୍ଧ ଶାୟର ଡା. ମୋହନଜିତ, ପ୍ରଖ୍ୟାତ ବିଚାରକ ଡା. ଜସବିନ୍ଦର ସିଂଓ ପଞ୍ଜାବୀ ନାଟ୍ୟକାର ଓ ଖବର କାଗଜ ସମ୍ପାଦକ ସ୍ୱରାଜବୀର ସେମାନଙ୍କର ଆୱାର୍ଡ ଫେରାଇ ଦେଇଛନ୍ତି । ଏହି ସୂଚନା ସେଣ୍ଟ୍ରାଲ ପଞ୍ଜାବୀ ରାଇଟର୍ସ ଆଶୋସିଏଶନ ପ୍ରଦାନ କରିଛି । ସେହିପରି ପୂର୍ବତନ ହକି କ୍ୟାପଟେନ ପରଗଟ ସିଂଙ୍କ ସମେତ ପଞ୍ଜାବର ୨୭ ଖେଳାଳି କୃଷକଙ୍କ ସମର୍ଥନରେ ନିଜ ନିଜର ପୁରସ୍କାର ଫେରସ୍ତ କରିବାକୁ ଘୋଷଣା କରିଛନ୍ତି । ଏମାନେ ଡିସେମ୍ବର ୫ରେ ପୁରସ୍କାର ଫେରାଇ ଦେବେ ।

Share