Categories: ଜାତୀୟ

ଶୀତ, ବର୍ଷା ସବୁ ସହିଯିବୁ; ଆଇନ୍‌ ଲାଗୁ ହେବାକୁ ଦେବୁ ନାହିଁ

ନୂଆଦିଲ୍ଲୀ,୩।୧: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୯ ଦିନ ହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ହାଡଭଙ୍ଗା ଶୀତ, କାକର ସହିବା ପରେ ଏବେ ବର୍ଷାର ସେମାନଙ୍କ ଉପରେ ଦାଉ ସାଜିଛି। ରବିବାର ସକାଳେ ଆନ୍ଦୋଳନକାରୀ ଚାଷୀଙ୍କ ତମ୍ବୁରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। ଫଳରେ ଜାଳେଣୀ କାଠ, ଶୀତ ବସ୍ତ୍ର ବର୍ଷାରେ ଭିଜି ଯାଇଛି। ଏସବୁ ଭିତରେ ଜଣେ ଚାଷୀ କହିଛନ୍ତି, ଆମେ ଏଠାକୁ ସେବା ଭାବରେ ଆସିଛୁ ତେଣୁ ଶୀତ, କାକର, ବର୍ଷ ସବୁ ସହିଯିବୁ କିନ୍ତୁ ୩ କୃଷି ଆଇନ୍‌ ଲାଗୁ ହେବାକୁ ଦେବୁ ନାହିଁ। ଯେଉଁ ପର୍ଯ୍ୟନ୍ତ ଆମ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଏଠାରେ ବସି ରହିବୁ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ମାସେ ହେବ ଚାଷୀମାନେ ତମ୍ବୁ, ପାଲ ପକାଇ ରହୁଛନ୍ତି। କିନ୍ତୁ ବର୍ଷା ହେବା ପରେ ତମ୍ବୁ ପାଣିରେ ବୁଡ଼ି ହୋଇଯାଇଛି। ବର୍ଷା ପାଇଁ କମ୍ବଳ, ପୋଷାକ, କାଠ ଆଦି ଓଦା ହୋଯାଇଛି। ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏବେ ବି ଆକାଶ ମେଘୁଆ ରହିଛି।

Share