ଗାଁରେ ନାହିଁ ବିଜୁଳି, କୃଷକଙ୍କ ପୁଅ ୯୮.୨ ପ୍ରତିଶତ ମାର୍କ ରଖି ବିଦେଶରେ ପଢିବାକୁ ହାସଲ କଲେ ଯୋଗ୍ୟତା

ଲକ୍ଷ୍ନୌ,୧୫।୭: ସିବିଏସି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ପାଇଥିବା ଜଣେ କୃଷକଙ୍କ ପୁଅ ଏବେ ବିଦେଶରେ ପଢିବେ। ସେ ଆମେରିକାରେ ଥିବା ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ୧୦୦ ପ୍ରତିଶତ ଛାତ୍ରବୃତ୍ତି ପାଇଛନ୍ତି। ଅନୁରାଗ ତିୱାରୀ ନାମକ ଏହି ଛାତ୍ର ଜଣଙ୍କ ସେପ୍ଟେମ୍ବର ୧ରୁ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଅନଲାଇନ କ୍ଲାସକୁ ଅପେକ୍ଷା କରିଛନ୍ତି। କୋଭିଡ -୧୯ ମହାମାରୀ ହେତୁ ଆମେରିକାର ଅଧିକାଂଶ ବିଶ୍ୱବିଦ୍ୟାଳୟ ଭର୍ଚୁଆଲ କ୍ଲାସ ହେଉଛି।

ଅନୁରାଗଙ୍କୁ ଉଚ୍ଚ ଶିଖରରେ ପହଞ୍ଚିବା ଏତେ ସହଜ ନ ଥିଲା। ତାଙ୍କ ଗାଁରେ ବିଦ୍ୟୁତ ନ ଥିଲା, ଏହା ସତ୍ତ୍ୱେ ସେ ପାଠ ପଢାରୁ ବିଚ୍ୟୁତ ହୋଇ ନ ଥିଲେ। ଅର୍ଥନୀତି ଏବଂ ଇତିହାସରେ ୧୦୦ରୁ ୧୦୦ ନମ୍ବର ପାଇଥିଲେ। ଇତିହାସରେ ୯୯ ଏବଂ ଇଂରାଜୀରେ ୯୭ ପ୍ରତିଶତ, ଗଣିତରେ ୯୫ ମାର୍କ ପାଇଥିଲେ। ଅନୁରାଗଙ୍କ ପିତା କମଲାପାଟୀ ତିୱାରୀ ଜଣେ କୃଷକ ହୋଇଥିବାବେଳେ ତାଙ୍କ ମାତା ସଙ୍ଗୀତା ତିୱାରୀ ଜଣେ ଗୃହିଣୀ ଅଟନ୍ତି। ଅନୁରାଗ କହିଛନ୍ତି, ମୋର ପରିଶ୍ରମୀ ମାତାପିତାଙ୍କଠାରୁ ବଡ଼ ସ୍ବପ୍ନ ଦେଖିବା ପାଇଁ ମୁଁ ଅନୁପ୍ରାଣିତ ହୋଇଥିଲି। ମୋର ତିନି ବଡ଼ ଭଉଣୀ ମୋତେ ସମର୍ଥନ କଲେ।

Share