ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି।

ଚାଷୀଙ୍କ ଅଭିଯୋଗ ମୁତାବକ, ଅନ୍ୟ ଦୁଗ୍ଧ କମ୍ପାନୀମାନଙ୍କଠାରୁ ଓମ୍ଫେଡ଼ ଚାଷୀଙ୍କୁ କ୍ଷୀର ଲିଟର ପିଛା କମ୍‌ ମୂଲ୍ୟ ଦେଉଛି। ଏଭଳିସ୍ଥିତିରେ ଗୋଖାଦ୍ୟ, ଚୋକଡ଼, ଔଷଧ ଆଦି ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇଛି। ଫଳରେ ଗୋପାଳନ କରୁଥିବା ଚାଷୀ କ୍ଷତି ସହୁଥିବା ଅଭିଯୋଗ ହୋଇଛି। ଓମ୍ଫେଡ଼ ଲିଟର ପିଛା କ୍ଷୀର ମୂଲ୍ୟ ବୃଦ୍ଧି ନ କଲେ ଆଗକୁ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି।

Share