Categories: ଜାତୀୟ

ପୁଣି ଆଲୋଚନା ପାଇଁ କହିଲେ କୃଷକ ସଂଗଠନ

ନୂଆଦିଲ୍ଲୀ,୨୧।୫: ପୁଣି ଥରେ ତେଜିପାରେ କୃଷକ ଆନ୍ଦୋଳନ। କରୋନା ବିଫଳତା ଯୋଗୁ ଚାରି ଆଡ଼ୁ ଘେରି ହୋଇପଡ଼ିଛନ୍ତି କେନ୍ଦ୍ର ସରକାର। ଏଭଳି ସ୍ଥିତିରେ କୃଷକ ସଂଗଠନ ପକ୍ଷରୁ ଦିଆଯାଇଛି ଚେତାବନୀ। ଆସନ୍ତା ୨୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆନଗଲେ ଆନ୍ଦୋଳନ ତେଜିବ। ୯ କୃଷକ ସଂଗଠନକୁ ନେଇ ଗଠିତ ମିଳିତ ମଞ୍ଚ ସଂୟୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମୋଦିଙ୍କୁ ପତ୍ର ଲେଖାଯାଇଛି। ଚଳିତ ମାସ ୨୬ରେ କୃଷକଙ୍କ ଆନ୍ଦୋଳନକୁ ୬ ମାସ ପୂରିବ। ଆଉ ଏହି ଦିନକୁ ‘କଳା ଦିବସ’ ଭାବେ ପାଳନ କରାଯିବ ବୋଲି ଚେତାବନୀ ଦେଇଛି କିଷାନ ମୋର୍ଚ୍ଚା।

ଦିଲ୍ଲୀର ସିଙ୍ଘୁ ସୀମାରେ ଚାଲିଥିବା ଆନ୍ଦୋଳନରେ କୋଭିଡ୍‌-୧୯ କାରଣରୁ ବହୁ କୃଷକଙ୍କ ମୃତ୍ୟୁ ହୋଇଛି। ମହାମାରୀ ସମୟରେ ଦିଲ୍ଲୀ ସୀମାରେ ସ୍ବାସ୍ଥ୍ୟସେବା କେଉଁ ଭଳି ଥିଲା, ତାହା ପ୍ରକାଶ କରିବାକୁ ମନା କରିଦିଆଯାଇଛି। ସଂଘର୍ଷ ଚାଲିବ। ଏହା ଆମ ବଞ୍ଚିବା-ମରିବା କଥା ବୋଲି ଏସ୍‌କେଏମ୍‌ ପକ୍ଷରୁ କୁହାଯାଇଛି।

Share