ପୋତିଦେଲେ ନାଳ, ସମସ୍ୟା ଭୋଗିବେ ଚାଷୀ

ବନ୍ତ,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତ କୁଆଁର୍ଦ୍ଦା ଗ୍ରାମରେ ପାଣି ନାଳକୁ ପୋତି ଦିଆଯାଇଥିବାରୁ ଚାଷୀମାନେ ସମସ୍ୟା ଭୋଗିବେ ବୋଲି ଅଭିଯୋଗ କରିଛନ୍ତି। ନାଳର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ତହସିଲଦାର, ବିଡିଓ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଆଗରପଡ଼ା ଥାନାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।
ଯେ, ଏହି ଗ୍ରାମରେ ୨୦୨୨-୨୩ ଆର୍ଥତ୍କ ବର୍ଷରେ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାରେ ୧ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ନରସିଂ ସାଗର ପୋଖରୀ ଜେସିବି ମେଶିନ ସାହାଯ୍ୟରେ ଖୋଳାଯାଇ ରାସ୍ତାପାର୍ଶ୍ୱରେ ଥିବା ନୟନଜୋରୀ (ପାଣିନାଳ)କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ନାଳ ପୋତିବା ସମୟରେ ସେମାନେ ବିରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ପାଣି ନାଳକୁ କାହା ଅନୁମତିରେ ପୋତାଯାଇଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଆଗକୁ ଚାଷ ସମୟ ଆସୁଥିବାରୁ ଜଳ ନିଷ୍କାସନ ପାଇଁ ଉକ୍ତ ନାଳକୁ ପୁନରୁଦ୍ଧାର କରା ନ ଗଲେ ଚାଷଜମି ବନ୍ୟା ପ୍ଲାବିତ ହେବ ବୋଲି ବାବାଜୀ ଚରଣ ଆଇଚ, ରାଧାକୃଷ୍ଣ ଆଇଚ, ଦୁଃଶାସନ ରାଉତ, ନାରାୟଣ ଭୂୟାଁ, ନରେନ୍ଦ୍ର ମୁଖୀ, ଗଜେନ୍ଦ୍ର ମୁଖୀ, ଉମାକାନ୍ତ ମୁଦୁଲି, ରମାକାନ୍ତ ରାଉତ ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି।

Share