Categories: ଜାତୀୟ

ଚାଷୀଙ୍କ ଉପରେ ହେଉଛି ଅପରାଧୀଙ୍କ ଭଳି ବ୍ୟବହାର: ଭାରତ ରତ୍ନ ପାଇଥିବା ବ୍ୟକ୍ତିଙ୍କ ଝିଅ କହିଲେ…

ନୂଆଦିଲ୍ଲୀ,୧୪।୨ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବୁଜ ବିପ୍ଳବର ପିତା ତଥା କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ଭରତ ରତ୍ନ ସମ୍ମାନରେ ସମ୍ମାନୀତ କରିବାକୁ ଘୋଷଣା କରିଛନ୍ତି। ତେବେ ତାଙ୍କ ଝିଅ ମଧୁରା ସ୍ବାମୀନାଥନ କହିଛନ୍ତି ଯଦି ସରକାର ମୋ ବାପାଙ୍କୁ ସମ୍ମାନ କରୁଛନ୍ତି ତେବେ କୃଷକମାନଙ୍କୁ ସାଙ୍ଗରେ ନେଇ ଚାଲିବା ଉଚିତ।

ଦିଲ୍ଲୀର ପୁସାଠାରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଆରଆଇ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଧୁରା କହିଛନ୍ତି କୃଷକମାନେ ଆମର ଖାଦ୍ୟ ଯୋଗାଣକାରୀ। ସେମାନଙ୍କୁ ଅପରାଧୀଙ୍କ ପରି ବ୍ୟବହାର କରାଯାଇପାରିବ ନାହିଁ। ଏହି ସମୟରେ ସେ କୃଷକଙ୍କ ବିରୋଧ ସମ୍ପର୍କରେ ହରିୟାଣା ସରକାରଙ୍କ ବିବୃତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି।

ପଞ୍ଜାବର କୃଷକମାନେ ଆଜି ଦିଲ୍ଲୀ ଅଭିମୁଖେ ଯାଉଛନ୍ତି। ମୋର ବିଶ୍ୱାସ ଖବରକାଗଜ ରିପୋର୍ଟ ଅନୁଯାୟୀ, ହରିୟାଣାରେ ସେମାନଙ୍କ ପାଇଁ ଜେଲ ପ୍ରସ୍ତୁତ ହେଉଛି, ବ୍ୟାରିକେଡ କରାଯାଉଛି। ସେମାନଙ୍କୁ ରୋକିବା ପାଇଁ ସମସ୍ତ ପ୍ରକାରର କାର୍ଯ୍ୟ କରାଯାଉଛି। ସରକାର ବୁଝିବା ଉଚିତ ଏମାନେ କୃଷକ, ଅପରାଧୀ ନୁହନ୍ତି।

 

Share