ଚକଡ଼ା ପୋକକୁ ନେଇ ଚିନ୍ତାରେ ଚାଷୀ

ନୀଳଗିରି,9ା୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପ୍ରାୟ ୩୦୦ ଏକରରୁ ଊଦ୍ଧର୍‌ବ ଜମିରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି। ଅମଳ ପୂର୍ବରୁ ଏଭଳି ଅବସ୍ଥା ଦେଖି ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ବ୍ଲକ ସିଆଡ଼ିମାଳ ପଞ୍ଚାୟତର ଜଗନ୍ନାଥପୁର, ଗୋକୁଳପାଣି, ଶିଆଡ଼ିମାଳ, ମଲ୍ୟାଣି, ଖରଡ଼ିହା, ବାଉଁଶନକ୍ଷଳ, ନିଜଗଡ, ନରଣପୁର, ବରହମପୁର ଓ ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଢୋଲପୁର ଗ୍ରାମରେ ଚକଡ଼ା ପୋକ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏ ସମ୍ପର୍କରେ କୃଷି ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ଧାନ ଗଛ ଧରି ଦୋକାନରୁ ବିଷ ନେଇ ବଞ୍ଚତ୍ଥିବା କ୍ଷେତକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ନୀଳଗିରି ଜିଲା କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କୁ ପଚାରିବାରୁ ଚକଡ଼ା ପୋକ କବଳରୁ ରକ୍ଷା ପାଇବା ପାଇଁ ଚାଷୀମାନଙ୍କୁ ଉପାୟ ବତାଇ ଦିଆଯାଇଛି। ଅତ୍ୟଧିକ ଖରା ଓ ଗୁଳିଗୁଳି କାରଣରୁ ଏଭଳି ସ୍ଥିତି ଉପୁଜିଛି, କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share