ଅଦିନିଆ ବର୍ଷାରେ ଭିଜିଲା ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଡେରାବିଶ,୧୩ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳରେ ମଙ୍ଗଳବାର ରାତିରୁ ପୁଣି ଥରେ ଆରମ୍ଭ ହୋଇଛି ଅଦିନିଆ ବର୍ଷା । ଚାଷୀଙ୍କ ପାଚିଲା ଓ ଅମଳକ୍ଷମ ଧାନ ଭିଜିଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି । ଧାନ ବିକ୍ରୀ ପାଇଁ ଚାଷୀମାନେ ପୂର୍ବରୁ ବାତ୍ୟା ଜନିତ ବର୍ଷାରେ ଭିଜିଥିବା ଧାନକୁ ଶୁଖାଇ ସାଇତି ଥିଲେ । ହେଲେ ଗତକାଲି ରାତିରୁ ଆରମ୍ଭ ହୋଇଥିବା ଅଦିନିଆ ବର୍ଷା ସବୁ ବିଗାଡ଼ି ଦେଇଛି । କ୍ଷେତରେ କଟା ହୋଇ ପଡିଥିବା ପାଚିଲା ଧାନ ଫସଲ ବର୍ଷା ଜଳରେ ବୁଡିଛି । ଖଳାରେ ଥିବା ଧାନ ଓ ମଣ୍ଡି ବାହାରେ ପଡିଥିବା ଧାନ ଓଦା ହେବାରେ ଲାଗିଛି। ଯଦି ଏହି ବର୍ଷା ଆଉ କିଛି ଦିନ ଲାଗି ରୁହେ ପାଚିଲା ଓ ଅମଳକ୍ଷମ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି କରିଛି। ଏଥିପାଇଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଭଗବାନ ହିଁ କେବଳ ଆମମାନଙ୍କ ସାହା ବୋଲି ବହୁ ଚାଷୀ କହିଛନ୍ତି।

Share