ମାଟିଆଗୁଣ୍ଡି ପୋକ ପାଇଁ ଚାଷୀଙ୍କ ଚିନ୍ତା ବଢୁଛି

କେନ୍ଦ୍ରାପଡ଼ା, ୨ା୧୦(ଜଗନ୍ନାଥ ଧଳ):ଚଳିତବର୍ଷର ଲଗାଣ ବର୍ଷା, ବନ୍ୟା ପରେ ସାର ଓ ରାସାୟନିକ ଔଷଧର ଅଭାବ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ମାଟିଆଗୁଣ୍ଡି ପୋକ ଜିଲାର ସମସ୍ତ ବ୍ଲକ ଅଞ୍ଚଳର ଖରିଫ ଧାନ ଚାଷ ଉପରେ ପ୍ରଭାବ ପକାଇଥିବା ବେଳେ ସାରର ଅଭାବୀ ବିକ୍ରି ଚାଲିଛି। ୟୁରିଆ ବସ୍ତା ପ୍ରତି ୨୦୦ ଟଙ୍କା ଉଚ୍ଚ ଦରରେ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଚାଷୀଙ୍କ ପାଇଁ ଚଳିତବର୍ଷ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ଲଗାଣ ବର୍ଷା ଓ ପରେ ବନ୍ୟା ଆସି ଖରିଫ ଚାଷକୁ ନଷ୍ଟ କରିଥିଲା। ତେବେ ଚାଷୀମାନେ ପୁଣି ଥରେ ଧାନ ରୋଇ ଜୀବିକା ନିର୍ବାହ କରିବାକୁ ଆଶା ବାନ୍ଧିଥିବା ବେଳେ କ୍ଷେତରେ ମାଟିଆଗୁଣ୍ଡି ପୋକ ଦେଖାଦେଇଛି। ସେହିପରି ଜିଲା ମଧ୍ୟରେ ଥିବା ୧୨୧ ପାକ୍ସ ମଧ୍ୟରୁ ୨୯ଟିରେ ୟୁରିଆ ସାର ପହଞ୍ଚି ନାହିଁ। ଫଳରେ କେତେଜଣ ସାର ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଖରିଫ ଧାନ ସମୟରେ ପୋକ ଲାଗିବା ଫଳରେ ୩୦ରୁ ୪୦ ପ୍ରତିଶତ ଚାଷ ନଷ୍ଟ ହେଉଛି। ଏ ନେଇ କୃଷି ବିଶେଷଜ୍ଞ ନିରୀକ୍ଷଣ କରି ଆବଶ୍ୟକ ପରାମର୍ଶ ସହ ରାସାୟନିକ ସାର ଓ ଔଷଧ ବ୍ୟବସ୍ଥା କରିବା କଥା। ସାର ଓ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଜିଲାରେ ମିଳୁ ନ ଥିବାରୁ ଚାଷୀଙ୍କ କ୍ଷତିଭରଣା ସରକାର କରିବା ଆବଶ୍ୟକ। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ଚଳିତବର୍ଷ ଚାଷ ପାଇଁ ନିକଟସ୍ଥ ସମବାୟ ସମିତିରୁ ୩୦ ହଜାର ଟଙ୍କା ଋଣ କରିଛି। ତେବେ ସାରର ଅଭାବ ଓ ପୋକଙ୍କ ପାଦୁର୍ଭାବରେ ଚାଷ ଜମି ନଷ୍ଟ ହୋଇଛି। ଏପରିସ୍ଥିତିରେ ଋଣ ଶୁଝିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର କହିଛନ୍ତି, ଜିଲାର କେନ୍ଦ୍ରାପଡ଼ା ବ୍ଲକକୁ ଛାଡ଼ି ଅନ୍ୟ ୮ଟି ବ୍ଲକରେ ମାଟିଆଗୁଣ୍ଡି ପୋକ ଦେଖାଦେଇଛି। ଜମିରୁ ପାଣି ନିଷ୍କାସନ କରି ପୁନର୍ବାର ପାଣି ଭରିବା, ଏ ସମୟରେ ଯବକ୍ଷାରଯାନ ଜାତୀୟ ସାର ପ୍ରୟୋଗ ନ କରିବା, ଅନୁମୋଦିତ ଭାବେ ପଟାସ ସାର ପ୍ରୟୋଗ କରିବା ଆଦି କେତେକ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସତର୍କ କରାଯାଉଛି। ଏ ସଂକ୍ରାନ୍ତରେ ଜିଲା କୃଷି ଅଧିକାରୀ ତୁଷାରକାନ୍ତି ସାମଲ କହିଛନ୍ତି, ଗୋଟିଏ ପ୍ରକାର କୀଟନାଶକ ଔଷଧ ବ୍ୟବହାର ନ କରି ଅଦଳବଦଳ ପାଇଁ ପରାମର୍ଶ ଦିଆଯାଉଛି। ୫୦ ପ୍ରତିଶତ ରିହାତିରେ ରାସାୟନିକ ଔଷଧ ଚାଷୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଓ ସାରର ଅଭାବୀ ବିକ୍ରିକୁ ରୋକା ଯାଉଛି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୭ ଶହ ୨୨ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri