ଫୁଲଚାଷ ପାଇଁ ଆଗ୍ରହୀ ହେଉନାହାନ୍ତି ଚାଷୀ

ମାଲକାନଗିରି, ୩୧ା୩ (ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲାରେ ଫୁଲଚାଷ ପାଇଁ ଭିତ୍ତିଭୂମି, ଉପଯୁକ୍ତ ଜଳବାୟୁ, ଉର୍ବର ମୃତ୍ତିକା ଥିବା ସତ୍ତ୍ୱେ ଏଠାରେ ଫୁଲ ଚାଷ ପାଇଁ ଚାଷୀମାନେ ଆଗ୍ରହ ଦେଖାଉନାହାନ୍ତି। ଜିଲାବାସୀ ବିଭିିନ୍ନ ବିବାହ, ବ୍ରତ, ମାଙ୍ଗଳିକ କାର୍ଯ୍ୟ ଓ ସଭା ସମିତି ପାଇଁ ଫୁଲ ଖୋଜିଲେ ଆବଶ୍ୟକ ପରିମାଣରେ ମିଳୁନାହିଁ। ଫୁଲ ରାଜ୍ୟ ବାହାରୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ବିଶେଷକରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ୍‌, ସାଲୁର, ଛତିଶଗଡ଼ ରାୟପୁର, ଜଗଦଲପୁର, ତେଲଙ୍ଗାନାର ହାଇଦ୍ରାବାଦ ଓ ସିକନ୍ଦରାବାଦ ଇତ୍ୟାଦି ସ୍ଥାନରୁ ଫୁଲ କ୍ରୟ କରାଯାଉଛି। ଉଦ୍ୟାନ, କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଚାଷୀଙ୍କୁ ଫୁଲ ଚାଷ ସମ୍ବନ୍ଧରେ ବିଭିନ୍ନ ଅଞ୍ଚଳରେ ତାଲିମ ଦିଆଯିବା ସହ ଉତ୍କୃଷ୍ଟ ଫୁଲଚାରା, ମୃତ୍ତିକା ପରୀକ୍ଷା, ଫୁଲଚାଷ ପାଇଁ ବିଭିନ୍ନ ପ୍ରଣାଳୀ, କୀଟନାଶକ ପ୍ରୟୋଗ, ଜୈବିକ ଖତ ସାର, ଇତ୍ୟାଦି ସମ୍ବନ୍ଧରେ ତାଲିମ ଦିଆଯାଉଥିଲେ ମଧ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଉ ନ ଥିବା ଏମ୍‌ଭି ୧୦ ଗ୍ରାମର ଚାଷୀ ସୁବାସ ଚନ୍ଦ୍ର ମଣ୍ଡଳ କହିଛନ୍ତି।
ମଣ୍ଡଳ ଆହୁରି କହିଛନ୍ତି, ଅଧ ଏକର ଜମିରେ ଫୁଲଚାଷ କରିବା ପାଇଁ ମାଲକାନଗିରି ଉଦ୍ୟାନ ବିଭାଗ ତରଫରୁ ମୋତେ ଚାରା ଯୋଗାଇ ଦିଆଯାଇଥିଲା। ନିଜସ୍ବ ଖର୍ଚ୍ଚରେ ସେ ତାଙ୍କ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ। କିନ୍ତୁ ଆଜକୁ ୪ ମାସ ହେଲା ବିଭାଗର କୌଣସି ପଦାଧିକାରୀ ମୋର ଫୁଲ ଚାଷ କ୍ଷେତ୍ର ପରିଦର୍ଶନ କିମ୍ବା ବୈଷୟିକ ଜ୍ଞାନକୌଶଳ ଓ ଆର୍ଥିକ ପ୍ରୋତ୍ସାହନ ଦେଇନାହାନ୍ତି। ଫଳରେ ମୁଁ ଋଣ କରି ଏହି ଚାଷ କରିଛି। ତେବେ ଫୁଲର ଚାହିଦା ଥିବାରୁ ଦୀର୍ଘ ୫ କି.ମି.ରାସ୍ତା ଅତିକ୍ରମକରି ମାଲକାନଗିରି ସହରରେ ଫୁଲ ବ୍ୟବସାୟୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ସରକାର ମୋତେ ଆର୍ଥିକ ସହାୟତା ସହ ଏହି ଫୁଲ କ୍ଷେତରେ ଅଧିକ ଅମଳ ହୋଇ ପାରିବ ସେ ସମ୍ବନ୍ଧରେ ବୈଷୟିକ ସହାୟତା ଦେଲେ ଗେଣ୍ଡୁ ବ୍ୟତୀତ ଅନ୍ୟ ଫୁଲ ଚାଷ ମଧ୍ୟ କରିପାରିବି। ଅନ୍ୟ ଚାଷୀମାନେ ମୋର ଚାଷ ଦେଖି ଫୁଲଚାଷରେ ଆଗ୍ରହ ବଢ଼ାଇବେ ା ବର୍ତ୍ତମାନ ନିର୍ବାଚନ ସମୟ, ବିଭିନ୍ନ ରାଜନୈତିକ ଦଳ ନେତାମାନଙ୍କ ପାଇଁ ଫୁଲମାଳର ଆବଶ୍ୟକତା ରହିଛି।
ଏ ସମ୍ପର୍କରେ ଜିଲା ଉଦ୍ୟାନ ବିଭାଗ ଉପ ନିଦ୍ଦେର୍ର୍ଶକ ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସମସ୍ତ ଫୁଲ ଓ ଛତୁ ଚାଷୀଙ୍କୁ ସେମାନଙ୍କ ପ୍ରୋତ୍ସାହନ ରାଶି ସରକାରଙ୍କ ନିୟମ ଅନୁଯାୟୀ ଖୁବ୍‌ ଶୀଘ୍ର ଦିଆଯିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଜିଲାରେ ଫୁଲଚାଷ ପାଇଁ ଚାରା ନେଇଥିବା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଜମା କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ଆଜିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୨୧ା୩(ସୁଚିସ୍ମିତା ସାହୁ): ଗ୍ରୀଷ୍ମ ପ୍ରବାହଜନିତ ସାମ୍ପ୍ରଦିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି।...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image