ସବ୍‌ସିଡି ଅର୍ଥ ନ ପାଇ ଚାଷୀ ହନ୍ତସନ୍ତ

ଉମରକୋଟ,୩୦।୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ବଡକୁମାରୀ ଅଞ୍ଚଳର ଚାଷୀଙ୍କୁ ଉଦ୍ୟାନ ବିଭାଗ ସବ୍‌ସିଡି ଅର୍ଥ ବର୍ଷେ ହେଲା ପୈଠ ନ କରିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଜିଲାପାଳ ଓ କୃଷି ସଚିବଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୨ ସେପ୍ଟେମ୍ବର ମାସରେ ଜାତୀୟ ଉଦ୍ୟାନ ମିଶନ ଅନ୍ତର୍ଗତ ଯୋଜନାରେ ବଡକୁମାରୀ ଗ୍ରାମର ପ୍ରାୟ ୨୩ ଜଣ ଚାଷୀ ହାଇବ୍ରିଡ୍‌ ବିହନ ବ୍ୟବହାର କରି ପନିପରିବା ଚାଷ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ପ୍ରତି ୧ ହେକ୍ଟର ଜମିରେ ପରିବା ଚାଷକଲେ ୧୬ ହଜାର ଟଙ୍କା ସବ୍‌ସିଡି ମିଳିଥାଏ। ଜାନୟାରୀରେ ଏହି ସବ୍‌ସିଡି ଅର୍ଥ ମିଳିଯିବା କଥା । ଉକ୍ତ ନିୟମ ଅନୁଯାୟୀ ଚାଷୀ ବିହନର ବିଲ୍‌, ଜିପିଏସ୍‌ ଫଟୋ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜପତ୍ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିସାରିଲେଣି। ଏହା ପରେ ବିଭାଗୀୟ ଅଧିକାରୀ ମଧ୍ୟ ଫିଲ୍ଡ ପରିଦର୍ଶନ କରିସାରିଲେଣି। କିନ୍ତୁ ୧୦ମାସ ହେଲାଣି ଚାଷୀ ସବ୍‌ସିଡି ଅର୍ଥ ମିଳି ନ ଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ଉମରକୋଟଠାରେ ହୋଇଥିବା ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଚାଷୀମାନେ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ସେହିଭଳି କିଛିଦିନ ତଳେ କୃଷି ସଚିବ ଅରବିନ୍ଦ ପାଢ଼ୀ ଉମରକୋଟ ଗସ୍ତରେ ଆସିଥିବାବେଳେ ଚାଷୀ ତାଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ଗ୍ରୀନ୍‌ ହାଉସ ଯୋଜନାରେ ମଧ୍ୟ ୨୮ ଜଣ ଚାଷୀ ଏହି ଗ୍ରାମର ସବ୍‌ସିଡି ଅର୍ଥ ପାଇନାହାନ୍ତି। ୨୨୦୦ ଏସ୍‌ଫରେ ନିର୍ମିତ ଏହି ଘର ପାଇଁ ସରକାର ୩୬ ହଜାର ସବ୍‌ସିଡି ଦେଇଥାନ୍ତି। ଜାନୁୟାରୀରେ ଏହି ଚାଷୀମାନେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏଥିପାଇଁ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ, ସହକାରୀ ଉଦ୍ୟାନ ଅଧିକାରୀ, ଯନ୍ତ୍ରୀମାନେ ମିଳିତ ଯାଞ୍ଚ କାର୍ଯ୍ୟ କରି ସାରିଥିଲେ ହେଁ ଆଜି ଯାଏଁ ସବ୍‌ସିଡି ଅର୍ଥ ମିଳିଲା ନ ଥିବା ଚାଷୀମାନେ କହିଛନ୍ତି। କୃଷି ବିଭାଗ ପକ୍ଷରୁ ସବ୍‌ସିଡି କଥା ଶୁଣି ଚାଷୀ ଟଙ୍କା ସୁଧରେ ଆଣି ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ଚାଷୀ ଧାର ଆଣିଥିବା ଟଙ୍କାର ସୁଧ ପୈଠ କରିକରି ନୟାନ୍ତ ହୋଇଥିଲେ ମଧ୍ୟ ଉଦ୍ୟାନ ବିଭାଗ ପକ୍ଷରୁ ସବ୍‌ସିଡି ଟଙ୍କା ପ୍ରଦାନ କରାଯାଉ ନ ଥିବା ଅସନ୍ତୋଷ ଦେଖାଦେଇଛି। ସେହିପରି ପିଆଜ ଘର ଯୋଜନାରେ ପ୍ରାୟ ୨୫ ଜଣ ଚାଷୀ ସବ୍‌ସିଡି ଅର୍ଥ ପାଇ ନ ଥିବା ଅଭିଯୋଗ ହେଇଛି। ଗୋଟାଏ ପିଆଜ ଘର ନିର୍ମାଣ ପାଇଁଁ ଚାଷୀ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରନ୍ତି ଓ ସରକାର ୮୦ ହଜାର ଟଙ୍କା ସବ୍‌ସିଡି ଦେଇଥାନ୍ତି। କିନ୍ତୁ ପିଆଜ ଘର ନିର୍ମାଣ ହେବାର ୬ ମାସ ହେଲାଣି ଚାଷୀ ବର୍ତ୍ତମାନ ପର୍ଯ୍ୟନ୍ତ ସବ୍‌ସିଡି ଅର୍ଥ ପାଇ ନ ଥିବା କହିଛନ୍ତି। ନବରଙ୍ଗପୁର ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ର ମୋହନ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ, ସବ୍‌ସିଡି ଅର୍ଥ ପ୍ରଦାନରେ ତାଙ୍କ ବିଭାଗ କୌଣସି ଅବହେଳା କରିନାହିଁ ବରଂ ପ୍ରତି ବର୍ଷ ଠିକ୍‌ ସମୟରେ ଅର୍ଥ ପୈଠ କରି ଆସୁଛି ବୋଲି କହିଥିଲେ । କିନ୍ତୁ ଚଳିତ ବର୍ଷ ଅର୍ଥ ଆସି ନ ଥିବାରୁ ପ୍ରଦାନରେ ବିଳମ୍ବ ହୋଇଛି, ଖୁବ୍‌ଶୀଘ୍ର ଅର୍ଥ ଆସିଯିବ ଓ ଏହି ଅର୍ଥ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦ୍ୱାରା ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri