କେସିଙ୍ଗା,୨୦।୭(ଡି.ଏନ୍.ଏ.): କଳାହାଣ୍ଡି ବିଜୁ ଜନତାଦଳ ପକ୍ଷରୁ କେସିଙ୍ଗାସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋ ସମ୍ମୁଖରେ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଚାଷୀଙ୍କ ବକେୟା ଅର୍ଥ ଓ ଏଫସିଆଇ ଚାଉଳ ଉଠାଇବାରେ ଅବହେଳା ଯୋଗୁ ମଙ୍ଗଳବାର ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସଭାପତିତ୍ୱରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଗଣଧାରଣା ଦିଆ ଯାଇଛି। ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଇଛି। ଏଥିରେ ନର୍ଲା ବିଧାୟକ ଭୁପିନ୍ଦ୍ର ସିଂ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।