ତୁଟୁନି ବିକ୍ରି ସମସ୍ୟା: ଧାନ ଗଦାକରି ରାସ୍ତା ଅବରୋଧ କଲେ ଚାଷୀ

ପଦ୍ମପୁର,୧୮।୧(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁନାହିଁ। ଚାଷୀମାନେ ଧାନ ବିକ୍ରି କରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରିଯାଇଛି। ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏ ନେଇ ସୋମବାର ଚାଷୀମାନେ ପଦ୍ମପୁର- ସୋହେଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ପଦ୍ମପୁର ମାର୍କେଟ ୟାଡ଼ ନିକଟସ୍ଥ ମୁଖ୍ୟରାସ୍ତା ଉପରେ ଧାନ ଗଦା କରି ରାସ୍ତା ଅବରୋଧ କରିଛନ୍ତି । ଚାଷୀଙ୍କ ପାଖରେ ଥିବା ସମସ୍ତ ଧାନକୁ କିଣିବା ପାଇଁ ସେମାନେ ଦାବି କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶର୍‌ବରେ ଶତାଧିକ ଗାଡି ଅଟକି ରହିଛି ।

Share