ବରଗଡ଼ ଅଫିସ,୨୫ା୯: କୃଷି ବିଲ୍କୁ ବରଗଡ଼ ଜିଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହି କ୍ରମରେ ଶୁକ୍ରବାର ଚାଷୀମାନେ ରାସ୍ତାକୁ ଓହ୍ଲାଇ ଥିବାବେଳେ ଚାଷୀ ମାରଣ ନୀତିରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀମାନେ ରାଜ୍ୟ, କେନ୍ଦ୍ର ସରକାର ବିରୋଧରେ ନାରାବାଜି ସହିତ ମୋଦି ଏବଂ ନବୀନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପଶ୍ଚିମ ଓ ରାଜ୍ୟ କୃଷକ ସଂଗଠନ ଏବଂ ଜୟ କିଶାନ ଆନ୍ଦୋଳନର ବହୁସଂଖ୍ୟକ ଚାଷୀ ପ୍ରତିନିଧିମାନେ ଏଥିରେ ସାମିଲ ଥିଲେ।