Categories: ଜାତୀୟ

ଆନ୍ଦୋଳନ ସ୍ଥଳରେ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ଉପକଣ୍ଠ ସିଙ୍ଘୁ ସୀମାନ୍ତ ଚାଷୀମାନଙ୍କ ବିକ୍ଷୋଭ ସ୍ଥଳରେ ଶନିବାର ସନ୍ଧ୍ୟାରେ ଜଣେ ଚାଷୀ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଞ୍ଜାବ ଫତେଗଡ଼ ସାହିରେ ରହୁଥିବା ଅମରିନ୍ଦର ସିଂ(୪୦)। ମିଳିଥିବା ସୂଚନା ମୁତାବକ, ଅମରିନ୍ଦର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ବିକ୍ଷୋଭ ସ୍ଥଳରେ ବିଷ ଖାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋନେପାଟର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ୩୦ରୁ ଅଧିକ ଦିନ ହେଲା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ସରକାର ଏବଂ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରିପାରି ନାହିଁ।

Share