Posted inଜାତୀୟ

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଖନୌରି ବିକ୍ଷୋଭ ସ୍ଥଳରେ ଓ୍ବାଟର ହିଟର ହଠାତ୍‌ ଜଳିଉଠିବାରୁ ଜଣେ ଚାଷୀ ପୋଡ଼ିଯାଇ ଗୁରୁତର ହୋଇଛନ୍ତି।

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ବହୁସଂଖ୍ୟାରେ କୃଷକ ଗତବର୍ଷ ଫେବୃଆରୀ ୧୩ରୁ ଶମ୍ଭୁ ଏବଂ ଖନୌରି ଆନ୍ତଃରାଜ୍ୟ ସୀମାରେ ପଡ଼ି ରହିଛନ୍ତି। ଦାବି ପୂରଣ ପାଇଁ ଦିଲ୍ଳୀ ଚଲୋ ଅଭିଯାନରେ ବାହାରିଥିବା ବେଳେ ହରିୟାଣା ପୋଲିସ ବାଧା ଦେବାରୁ ସେମାନେ ସୀମାରେ ଡେରା ପକାଇଛନ୍ତି। ମୃତ ଚାଷୀ ରେଶମ ସିଂ(୫୫)ଙ୍କ ଘର ତର୍ନତରନ ଜିଲାର ପହୁ ଓ୍ବିଣ୍ଡ୍‌ ଗ୍ରାମରେ। ସେ ୧୦ଦିନ ହେଲା ଶମ୍ଭୁ ସୀମାରେ ଆନ୍ଦୋଳନରେ ସାମିଲ ହୋଇଥିଲେ ବୋଲି କିଷାନ ମଜଦୁର ମୋର୍ଚ୍ଚା ନେତା ସରଓ୍ବନ ସିଂ ପାନ୍ଧେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ...

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ଅନୁସାରେ ବାଧ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ମାଆବାପାଙ୍କଠାରୁ ପାଠପଢ଼ା ଖର୍ଚ୍ଚ ପାଇବା ଝିଅଙ୍କର ଅପରିହାର୍ଯ୍ୟ ଏବଂ ବୈଧ ଅଧିକାର। ମା’ବାପା ଏଥିପାଇଁ ସେମାନଙ୍କ ଆର୍ଥିକ ସମ୍ବଳ ସୀମା ମଧ୍ୟରୁ ଜରୁରୀ ପାଣ୍ଠି...

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର...

ସମଲିଙ୍ଗୀ ବିବାହ ଆବେଦନ ଖାରଜ, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୯।୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ...

ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ...

‘ଇଣ୍ଡିଆ ଗଠବନ୍ଧନ ଶେଷ ହୋଇଗଲା’, କଂଗ୍ରେସ ନେତା ପଓ୍ବନ ଖେରାଙ୍କ ବଡ଼ ବୟାନ, କହିଦେଲେ ଭିତିରିକଥା..

ନୂଆଦିଲ୍ଲୀ,୯।୧: ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri