Categories: ଜାତୀୟ

କୃଷକଙ୍କ ଝିଅ ଜିତିଲେ ୩ କୋଟି ଟଙ୍କାର ସ୍କଲାରଶିପ୍‌

ଚେନ୍ନାଇ,୨୧।୧୨:ଜଣେ କୃଷକଙ୍କ ଝିଅ କେବଳ ଦେଶରେ ନୁହେଁ ବରଂ ବିଶ୍ୱରେ ନିଜ ତଥା ନିଜ ଅଞ୍ଚଳର ନାମକୁ ଆଲୋକିତ କରିଛି । ମାତ୍ର ୧୭ ବର୍ଷ ବୟସରେ ତାମିଲନାଡୁର ଝିଅ ସ୍ବେଗା ସମିନାଥନ ଆମେରିକାର ପ୍ରତିଷ୍ଠିତ ଚିକାଗୋ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୩ କୋଟି ଟଙ୍କା ସ୍କଲାରସିପ ପାଇଛନ୍ତି।
ତାମିଲନାଡୁର ଏରୋଡ ଜିଲାର ୧୭ ବର୍ଷ ବୟସ୍କା ସ୍ବେଗା ସମିନାଥନ ଆମେରିକାର ଚିକାଗୋ ୟୁନିଭରସିଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ୩ କୋଟି ଟଙ୍କା ଛାତ୍ରବୃତ୍ତି ପାଇଛନ୍ତି। ସ୍ବେଗାଙ୍କ ବାପା ଜଣେ କୃଷକ। ତାଙ୍କ ପରିବାର ଏରୋଡ ଜିଲାର କାସିପାଲାୟମ ନାମକ ଏକ ଛୋଟ ଗାଁରେ ରୁହନ୍ତି। ଡେକ୍ସଟେରୀ ଗ୍ଲୋବାଲ ସଂଗଠନ ସ୍ବେଗାଙ୍କୁ ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି। ଡେକ୍ସଟେରୀ ଗ୍ଲୋବାଲ ଦ୍ୱାରା ଏହା କୁହାଯାଇଛି ଯେ, ଏରୋଡର କାସିପାଲାୟମ ଗ୍ରାମରୁ ଆସି ସେ ଏହି ସଂଗଠନରେ ଯୋଗ ଦେଇଥିଲେ। ନେତୃତ୍ୱ ବିକାଶ ଏବଂ ବୃତ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଗ୍ରହଣ କରିଥିଲେ। ଏଥି ସହିତ, ସ୍ବେଗା ଏହାର ସଫଳତାକୁ ଡେକ୍ସଟେରୀ ଗ୍ଲୋବାଲ ଏବଂ ଏହାର ପ୍ରତିଷ୍ଠାତା ଶରଦ ସାଗରଙ୍କୁ ମଧ୍ୟ ଶ୍ରେୟ ଦେଇଛି।

Share