Categories: ଜାତୀୟ

ଲାଠିଚାର୍ଜ କରିଥିବା ପୋଲିସଙ୍କୁ ପ୍ରସାଦ ଦେଲେ ଅନ୍ନଦାତା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଅନ୍ନଦାତା ଆନ୍ଦୋଳନ କରିଛନ୍ତି। ଅନ୍ନଦାତାଙ୍କ ବିରୋଧରେ ପୋଲିସମାନେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହିତ ପ୍ରବଳ ଥଣ୍ଡାରେ ପାଣି ବର୍ଷା କରିଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସମାନେ ଲାଠିଚାର୍ଜ ମଧ୍ୟ କରିଛନ୍ତି। ଏହାର କେତେକ ଫଟୋ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ମାତ୍ର ଗୁରୁପର୍ବ ଅବସରରେ ଲାଠିଚାର୍ଜ କରିଥିବା ପୋଲିସଙ୍କୁ ଆନ୍ଦୋଳନ କରୁଥିବା ଚାଷୀମାନେ ପ୍ରସାଦ ସେବନ କରିବାକୁ ଦେଇଛନ୍ତି। ଏହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share