Categories: ଜାତୀୟ

ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ବିରୋଧ: କୃଷକ ଖୋଳିଦେଲେ ହେଲିପ୍ୟାଡ

ଚଣ୍ଡିଗଡ଼,୨୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ହରିୟାଣାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଉଛି । ଅମ୍ବାଲାରେ ମୁଖ୍ୟମନ୍ତ୍ରୀ ମନୋହରଲାଲଙ୍କୁ ଘେରିବା ପରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରାଯାଇଛି । ସେ ଏକ ବିବାହ ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହା ପୂର୍ବରୁ କୃଷକମାନେ ତାଙ୍କର ହେଲିପ୍ୟାଡକୁ ଖୋଳି ଦେଇଛନ୍ତି । ଏହାସହ ସରକାର ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଥିବା ଦେଖାଯାଇଛି । ସୂଚନା ଅନୁଯାୟୀ, ଦୁଷ୍ୟନ୍ତ ଉଚାନାରେ କରସିନ୍ଧୁ ଗାଁରେ ଏକ ବିବାହ ଭୋଜିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ଏହା ଜଣାପଡିବା ପରେ ଗୁରୁବାର ସକାଳୁ କୃଷକମାନେ ଶିବାନିୟା ପବ୍ଲିକ ସ୍କୁଲ ଉଚାନା ନିକଟରେ ପହଞ୍ଚି ଯାଇଥିଲେ । ସେଠାରେ ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଦୁଷ୍ୟନ୍ତ ଗୋ ବ୍ୟାକ ବୋଲି ସ୍ଲୋଗାନ ଦେଇଥିଲେ । ଏହାପରେ ସେଠାରେ ହେଲିକପ୍ଟରରୁ ଓହ୍ଲାଇବା ପାଇଁ ଦୁଷ୍ୟନ୍ତଙ୍କ ଲାଗି ଯେଉଁ ହେଲିପ୍ୟାଡ ତିଆରି ହୋଇଥିଲା ତାହାକୁ ଖୋଲି ଦେଇଥିଲେ ।

Share