Categories: ଜାତୀୟ

ଅମୃତସରରେ ଗର୍ଜିଲେ କୃଷକ

ଅମୃତସର,୧୯ ।୯: ପଞ୍ଜାବର ଅମୃତସରରେ ଶନିବାର କୃଷି ବିଲ୍‌କୁ ବିରୋଧ କରି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଏମାନେ କୌଣସି ପରିସ୍ଥିତିରେ କୃଷି ବିଲ୍‌କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ଏମାନେ କହିଛନ୍ତି କୃଷି ଅଧ୍ୟାଦେଶ ପଞ୍ଜାବରୁ ଆରମ୍ଭ ହୋଇ ସାରା ଦେଶକୁ ବ୍ୟାପିକ । କାରଣ କୌଣସି ପରିସ୍ଥିତିରେ କର୍ପୋରେଟ ସେକ୍ଟରକୁ କୃଷକଙ୍କ ମାଲିକ ହେବାକୁ ଦିଆଯିବ ନାହିଁ । କୃଷକ ନେତା କହିଛନ୍ତି ଯିଏବି ଶାସନ କ୍ଷମତାରେ ରୁହନ୍ତୁନା କାହିଁକି କୃଷକ ସେମାନଙ୍କ ନିକଟରେ ନତମସ୍ତକ ହୋଇଛି ହେଲେ ଏଥର କୃଷକ ଲଢେଇ କରିବ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ଭାରତୀୟ କୃଷକ ୟୁନିୟନ ଡାକୋଡାର ମହାସଚିବ ଜଗମୋହନ ସିଂ କହିଛନ୍ତି ଦେଶର ଦୁର୍ଭାଗ୍ୟ ଯେ ଏଠାରେ ଅନ୍ନଦାତାଙ୍କର କୌଣସି ମୂଲ୍ୟ ନାହିଁ । କୃଷକଙ୍କୁ ଏମେ ମଜୁରିଆ କରିବାକୁ ଚାହୁଁଛନ୍ତି ସରକାର । ଏବେ କୃଷକଙ୍କୁ କର୍ପୋରେଟ ସେକ୍ଟର ହାତକୁ ଟେକି ଦିଆଯାଉଛି । ଭାରତୀୟ କୃଷକ ୟୁନିୟନ ରାଜେୱାଲର ବଲବୀର ସିଂ କହିଛନ୍ତି ସରକାର କୃଷକଙ୍କୁ ଧୋକା ଦେଇଛନ୍ତି । ଏବେ ପଞ୍ଜାବର କୃଷକ ୟୁନିୟନ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସରକାର ଏବେ କୋ-ଅପରେଟିଭ ବ୍ୟାଙ୍କକୁ ବନ୍ଦ କରି ସବୁ ପ୍ରକ୍ରିୟାକୁ ଆର୍‌ବିଆଇ ଅଧିନକୁ ଆଣିବାକୁ ଯାଉଛନ୍ତି । କୋ-ଅପରେଟିଭ ବ୍ୟାଙ୍କରେ କୃଷକଙ୍କ ଟଙ୍କା ଲାଗିଛି ହେଲେ ସରକାର କିଭଳି ଏହାକୁ ନିଜ ଅଧିନକୁ ନେବାକୁ ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେଥିପାଇଁ କୃଷକ ଆନ୍ଦୋଳନକୁ ସାରା ଦେଶରେ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।

Share